ଦାରିଙ୍ଗବାଡ଼ି ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

ଦାରିଙ୍ଗବାଡ଼ି (୧୩/୯) : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଭିନ୍ନକ୍ଷମ ଶିବିରରେ ମୋଟ ୮୬୪ ଜଣ ରେଜିଷ୍ଟ୍ରେସନ କରିଥିଲେ । ସେଥିରୁ ଚଳନ ଶକ୍ତି ବାଧିତ ୪୪୦, ଶ୍ରବଣ ଓ କଥା ଶକ୍ତି ବାଧିତ ୧୨୨, ଦୃଷ୍ଟି ଶକ୍ତି ବାଧିତ ୧୩୭, ମାନସିକ ଅଗ୍ରସର ଓ ସିକଲସେଲ ୧୬୫ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ଶିବିରରେ ୨୯ ଜଣଙ୍କୁ ହୁଇଲ ଚେୟାର ଓ ଟ୍ରାଇସାଇକେଲ ପ୍ରଦାନ କରାଯାଇଥିଲା । ଏବିଡ଼ିଓ କୃପାସିନ୍ଧୁ ବେହେରାଙ୍କ ତତ୍ୱାବଧାନ କ୍ରମେ ବିଏସଏସଓ କ୍ଷିତିଶ ପ୍ରିୟଦର୍ଶୀ ସାହୁ କାର୍ଯ୍ୟକ୍ରମର ପରିଚାଳନା କରିଥିବା ବେଳେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ ଅଧିକାରୀ ଅକ୍ଷୟ କୁମାର ପଣ୍ଡା, ଫୁଲବାଣୀ ବିଏସଏସଓ ପ୍ରମୋଦ କୁମାର ବଡ଼ସେଠ ପ୍ରମୁଖ ଉପସ୍ଥିତ ରହିଥିଲେ । ବ୍ଲକର ସମସ୍ତ କର୍ମଚାରୀ ସମେତ ସରପଞ୍ଚ, ସମିତିସଭ୍ୟ, ଅଙ୍ଗନୱାଡି କର୍ମୀ, ପୋଲିସ ଫୋର୍ସ,ପଞ୍ଚାୟତ ନିର୍ବାହୀ ଅଧିକାରୀ ,ଜିଆରଏସ ଉପସ୍ଥିତ ରହି ସହଯୋଗ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବିଭିନ୍ନ ବିଭାଗର ଡାକ୍ତର ମାନେ ଭିନ୍ନକ୍ଷମ ଲୋକଙ୍କୁ ଚିହ୍ନଟ କରିଥିଲେ । ଏହି ଶିବିରରେ ନୂତନ ଭତା ଆବେଦନ,ଭିନ୍ନକ୍ଷମଙ୍କ ବସ ପାସ ଓ ଅନଲାଇନ ଭିନ୍ନକ୍ଷମ ସାର୍ଟିଫିକେଟ ମଧ୍ୟ ରେଜିଷ୍ଟ୍ରେସନ କରାଯାଇଥିଲା ।

nis-ad
Leave A Reply

Your email address will not be published.