ଯୋଗୀଙ୍କ ରାସ୍ତାରେ ଧାମି, ମଦ୍ରାସାର ସର୍ଭେ କରିବାକୁ ନିର୍ଦ୍ଦେଶ ଦେଲେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ

ଡେରାଡୁନ: ଉତ୍ତରାଖଣ୍ଡରେ ଥିବା ମଦ୍ରାସାଗୁଡିକର କାର୍ଯ୍ୟକଳାପକୁ ନେଇ ଏଣିକି ସର୍ଭେ କରାଯିବ। ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି କହିଛନ୍ତି ଯେ ସମସ୍ତ ମଦ୍ରାସା ଉପରେ ତୀକ୍ଷ୍ଣ ନଜର ରଖାଯିବ। ସେ ଚିନ୍ତା ପ୍ରକଟ କରି କହିଛନ୍ତି ଯେ ମଦ୍ରାସାଗୁଡି଼କ ବାବଦରେ ନିରନ୍ତର ଅଭିଯୋଗ ଆସୁଛି। ଏଭଳି ପରିସ୍ଥିତିରେ ସେମାନଙ୍କୁ ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି | ମଙ୍ଗଳବାର ଦିନ ସଚିବାଳୟରେ ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପରେ ମୁଖ୍ୟମନ୍ତ୍ରୀ ଧାମି ଏହି କଥା କହିଛନ୍ତି। ସେ କହିଛନ୍ତି ଯେ ଉତ୍ତରାଖଣ୍ଡରେ ମଦ୍ରାସାମାନଙ୍କର କାର୍ଯ୍ୟକଳାପକୁ ନେଇ କ୍ରମାଗତ ଭାବରେ ଅଭିଯୋଗ ଗ୍ରହଣ କରାଯାଉଛି। ଏହି ଅଭିଯୋଗଗୁଡିକ ଗୁରୁତ୍ୱର ସହ ନିଆଯାଉଛି। ଏଥିପାଇଁ ସମସ୍ତ ମଦ୍ରାସାକୁ ଯାଞ୍ଚ କରାଯିବ।
ଉତ୍ତରପ୍ରଦେଶରେ ଚାଲିଥିବା ସର୍ଭେ ଭଳି ସମସ୍ତ ମଦ୍ରାସା ଉପରେ ସର୍ଭେ କରାଯିବ। ଉଲ୍ଲେଖ ଥାଉ କି ପୂର୍ବରୁ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଅଣସ୍ୱୀକୃତିପ୍ରାପ୍ତ ମଦ୍ରାସା ଉପରେ ଏକ ସର୍ଭେ କରିବାକୁ ନିଷ୍ପତ୍ତି ନେଇଥିଲେ | ସେହିପରି ଆସାମ ସରକାର ଦେଶବିରୋଧୀ କାର୍ଯ୍ୟକଳାପ ଚାଲିଥିବାର ପ୍ରମାଣ ପାଇବା ପରେ ତିନୋଟି ମଦ୍ରାସା ଭାଙ୍ଗି ଦେଇଥିଲେ |
ଆଉ ମଦ୍ରାସା ଭଙ୍ଗା ଘଟଣାକୁ ନେଇ ଆସାମ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଅଲ-କାଏଦାର କାର୍ଯ୍ୟାଳୟ ଭାବେ କାମ କରୁଥିବା ମଦ୍ରାସା ସେ ଚାହୁଁ ନାହାଁନ୍ତି। ମଦ୍ରାସା ଭାଙ୍ଗିବାର କୌଣସି ଉଦ୍ଦେଶ୍ୟ ନାହିଁ। ଜିହାଦି କାର୍ଯ୍ୟକଳାପ ପାଇଁ ଯେମିତି ମଦ୍ରାସାକୁ ବ୍ୟବହାର ନକରାଯାଏ, ତାହା ଆମେ ଚାହୁଁଛୁ। ମଦ୍ରାସାକୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ବ୍ୟବହୃତ ହେଉଥିବା ନେଇ ଯଦି ଆମକୁ କୌଣସି ନିର୍ଦ୍ଦିଷ୍ଟ ସୂଚନା ମିଳେ, ତେବେ ଆମେ ସେଗୁଡ଼ିକୁ ଧ୍ୱଂସ କରିବୁ।

nis-ad
Leave A Reply

Your email address will not be published.