ରାଣ୍ଟିଡାଇନ୍‌ ଓ ରାନ୍‌ଟାକ୍‌ ଔଷଧରେ କ୍ୟାନସର୍‌ ବିପଦ, ବ୍ୟାନ୍‌ କଲେ ସରକାର

ନୂଆଦିଲ୍ଲୀ: ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ପଡିଲା ୨୬ଟି ଔଷଧ। କ୍ୟାନ୍‌ସର ଜନିତ କାରଣରୁ ବହୁଳ ବ୍ୟବହାର ହେଉଥିବା ଆଣ୍ଟାସିଡ୍ ସଲ୍ଟ ରାଣ୍ଟିଡାଇନ୍‌କୁ ଅତ୍ୟାବଶ୍ୟକୀୟ ଔଷଧ ତାଲିକାରୁ ହଟାଇ ଦିଆଯାଇଛି। ସେହିପରି ରାନ୍‌ଟାକ୍‌ ମେଡିସିନ୍‌ ମଧ୍ୟ ବାଦ୍‌ ପଡିଛି।
ପେଟ ଖରାପ କିମ୍ବା ଗ୍ୟାସ ଭଳି ସମସ୍ୟା ଦେଖାଦେଲେ ଡାକ୍ତର ରାଣ୍ଟିଡାଇନ୍‌(Ranitidine)କୁ ଖାଇବାକୁ ପରାମର୍ଶ ଦେଇଥାନ୍ତି। ଏହି ଟାବ୍‌ଲେଟ୍‌ ଏସିଲୋକ, ଜିନେଟାକ୍ ଏବଂ ରାନ୍‌ଟାକ ଭଳି ନାଁରେ ବିଭିନ୍ନ ମେଡିସିନ୍‌ ଷ୍ଟୋର୍‌ରେ ବିକ୍ରି ହୋଇଥାଏ। ଯଦି ଆପଣ ମଧ୍ୟ ଏହି ମେଡିସିନ୍‌ଗୁଡିକୁ ବ୍ୟବହାର କରୁଛନ୍ତି ତେବେ ସାବଧାନ ହୋଇଯାଆନ୍ତି। କାରଣ ଏହା କ୍ୟାନରସର କାରଣ ହୋଇପାରେ।
ତେଣୁ ଏହି ଔଷଧଗୁଡ଼ିକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ହଟାଇବା ନେଇ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରାଳୟ ପକ୍ଷରୁ ନୂଆ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନ୍ସିଆଲ୍‌ ମେଡିସିନ(NLEM) ଜାରି କରାଯାଇଛି। ନୂଆ ତାଲିକାରେ ୩୮୪ ଔଷଧ ରହିଥିବା ବେଳେ ୨୬ ଟି ଔଷଧକୁ ଏଥିରୁ ବାଦ୍‌ ଦିଆଯାଇଛି।
ଉଲ୍ଲେଖନୀୟ ଯେ, କର୍କଟ ରୋଗ ସମ୍ବନ୍ଧୀୟ ବିପଦ ଥିବା ଜଣାପଡିବା ପରେ ରାଣ୍ଟିଡାଇନ୍‌କୁ ନେଇ ସାରା ବିଶ୍ୱରେ ଯାଞ୍ଚ ଚାଲିଛି। ସେଥିପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ AIIMS ସହିତ ଆଲୋଚନା କରି ଏହାକୁ ଅତ୍ୟାବଶ୍ୟକ ଔଷଧ ତାଲିକାରୁ ବାଦ୍‌ ଦେବାକୁ ଯୋଜନା କରିଥିଲେ।
ଆମେରିକାର ଫୁଡ୍‌ ଆଣ୍ଡ ଡ୍ରଗ୍ସ ଆଡମିନିଷ୍ଟ୍ରେସନ ଏହି ସବୁ ଔଷଧରୁ କ୍ୟାନ୍‌ସର ରୋଗ ହେବା ସମ୍ଭାବନା ଥିବା କହିବା ପରେ ୨୦୧୯ରୁ ଏହି ମେଡିସିନ୍‌କୁ ନେଇ ଯାଞ୍ଚ ଚାଲିଛି। ଏହାରି ଭିତରେ ଭାରତରେ ଉଚ୍ଚ ଚାହିଦା ଥିବା ମେଡିସିନ୍‌ର ଦାମ୍‌ କମିବା ନେଇ ସମ୍ଭାବନା ରହିଛି।
ତେବେ ବ୍ୟାନ୍‌ ହୋଇଥିବା ୨୬ଟି ମେଡିସିନ୍‌ ହେଲା-

  1. Alteplase
  2. Atenolol
  3. Bleaching Powder
  4. Capreomycin
  5. Cetrimide
  6. Chlorpheniramine
  7. Diloxanide furoate
  8. Dimercaprol
  9. Erythromycin
  10. Ethinylestradiol
  11. Ethinylestradiol(A) Norethisterone (B)
  12. Ganciclovir
  13. Kanamycin
  14. Lamivudine (A) + Nevirapine (B) + Stavudine (C)
  15. Leflunomide
  16. Methyldopa
  17. Nicotinamide
  18. Pegylated interferon alfa 2a, Pegylated interferon alfa 2b
  19. Pentamidine
  20. Prilocaine (A) + Lignocaine (B)
  21. Procarbazine
  22. Ranitidine
  23. Rifabutin
  24. Stavudine (A) + Lamivudine (B)
  25. Sucralfate
  26. White Petrolatum
nis-ad
Leave A Reply

Your email address will not be published.