ଭୁବନେଶ୍ୱର: ଭୁବନେଶ୍ୱରରେ ସଫ୍ଟେଓ୍ଵୟାର ଇଞ୍ଜିନିୟର ଶ୍ୱେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ମାମଲାରେ ଖୁବଶୀଘ୍ର ଚାର୍ଜସିଟ୍ ଦାଖଲ କରିବ ଚନ୍ଦ୍ରଶେଖରପୁର ଥାନା ପୋଲିସ । ତଦନ୍ତ ସମୟରେ ମିଳିଥିବା ପ୍ରମାଣକୁ ଚାର୍ଜସିଟରେ ଦାଖଲ କରାଯିବ । ମୋବାଇଲ୍ ଫୋନ୍ ରେକର୍ଡିଂ, ହ୍ଵାଟ୍ସଆପ୍ ଚାଟିଂ, ମେସେଜ୍ରୁ ତଥ୍ୟ ପ୍ରମାଣ ଯୋଗାଡ଼ କରିଥିଲା ପୋଲିସ । କଲ୍ ଡିଟେଲ୍ସ ରେକର୍ଡସର ବି ଯାଞ୍ଚ ହୋଇଥିଲା । କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବ ପୋଲିସ ।
ଶ୍ୱେତାଙ୍କ ଆତ୍ମହତ୍ୟା ଘଟଣାରେ ବୟଫ୍ରେଣ୍ଡ ସୌମ୍ୟଜିତ ମହାପାତ୍ରଙ୍କ ନାଁରେ ଥାନାରେ ଏତଲା ଦେଇଥିଲେ ଶ୍ୱେତାଙ୍କ ପରିବାର ଲୋକ । ପୋଲିସ ସୌମ୍ୟଜିତ ଓ ତାଙ୍କ ପରିବାର ଲୋକଙ୍କୁ ପଚରାଉଚରା କରିଥିଲା । ଗିରଫ ଭୟରେ ସୌମ୍ୟଜିତ ଆଗକୁ ହାଇକୋର୍ଟରେ ଜାମିନ ଆବେଦନ କରିଥିଲେ । ଶ୍ୱେତାଙ୍କ ଆତ୍ମହତ୍ୟା ମାମଲାରେ ପୋଲିସ ମୋଟ୍ ୧୫ ଜଣଙ୍କ ବୟାନ ରେକର୍ଡ କରିଛି ।