ଆଇ.ଆଇ.ଟି, ଆଡ୍‌ଭାନ୍‌ସ୍ଡ ୨୦୨୨ ପରିକ୍ଷା ଫଳରେ “ଆର୍ଯ୍ୟଭଟ୍ଟ” ର ସଫଳତା…

ବ୍ରହ୍ମପୁର : ଗତକାଲି ପ୍ରକାଶିତ ଆଇ.ଆଇ.ଟି, ଆଡ୍‌ଭାନ୍‌ସ୍ଡ ୨୦୨୨ ପରିକ୍ଷା କଫଳରେ ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ର ଛାତ୍ରଛାତ୍ରୀ ମାନେ ସର୍ବାଧିକ ଶତାଂଶ ସଫଳତା ର ୧୬ ବର୍ଷର ପରମ୍ପରା ରକ୍ଷା କରିଛନ୍ତି।ମେଇନସ୍‌ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଅନୁଷ୍ଠାନର ୩୩ ଜଣ ଛାତ୍ରଛାତ୍ରୀ ଙ୍କ ମଧ୍ୟରୁ ମାତ୍ର ୧୩ ଜଣ ଆଡ୍‌ଭାନ୍‌ସଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିଲେ। ସେଥିରୁ ଆଠ ଜଣ କୃତି ବିବେଚିତ ହୋଇଅଛନ୍ତି । ସେମାନେ ହେଲେ ବିଘ୍ନେଶ୍ୱର ସାମନ୍ତରାୟ, ୧୭୯୯,ସଞ୍ଜୟ ରଥ ୩୬୨୧ ସମ୍ବିତ କୁମାର ପଣ୍ଡା,୫୯୬୭ (EWS ୭୨୧) ସଞ୍ଜିବ କୁମାର ସାହୁ ୯୬୮୩ ( OBC ୨୧୬୧) ପ୍ରୀତମ ସୁନ୍ଦର ଦାସ ୧୫୧୦୬, ସମୀର ରଥ ୧୬୩୪୭ ଜୟବର୍ଦ୍ଧନ ପାଢି ୧୮୦୦୦ ପ୍ରେମାଂଶୁ ପ୍ରଧାନ ୨୦୧୯୯( OBC୫୧୪୧).
ଏମାନେ JEE MAINS ସହ NEST,IISER,KVPY ଇତ୍ୟାଦି ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହେବା ସହ ଯୁକ୍ତଦୁଇ ପରୀକ୍ଷାରେ ମଧ୍ୟ ଉତ୍ତମ ଫଳପ୍ରଦର୍ଶନ କରିଛନ୍ତି।
ପ୍ରକାଶ ଥାଉକି ଆର୍ଯ୍ୟଭଟ୍ଟ ବ୍ରହ୍ମପୁର ୨୦୦୭ ଠାରୁ ନିରବିଛିନ୍ନ ଭାବେ ଏହି ଜିଲ୍ଲା ତଥା ଦକ୍ଷିଣ ଓଡ଼ିଶାରୁ ଛାତ୍ରଛାତ୍ରୀମାନଙ୍କୁ ବିଭିନ୍ନ ରାଷ୍ଟ୍ରୀୟ ଅନୁଷ୍ଠାନକୁ ପଠେଇ ଆସୁଅଛି ଯେଉଁମାନେ ବର୍ତ୍ତମାନ ଦେଶ ତଥା ବିଶ୍ଵର ବିଖ୍ୟାତ ଅନୁଷ୍ଠାନମାନଙ୍କରେ ଗବେଷଣାରତ କିମ୍ବା ଉଚ୍ଚ ପଦରେ ଅଧିଷ୍ଠିତ ହୋଇଛନ୍ତି । ତତ୍ ସଙ୍ଗେସଙ୍ଗେ ଅନେକ ଅର୍ଥୀକ ଦୂର୍ବଳ ଶ୍ରେଣୀର ଛାତ୍ରଛାତ୍ରୀମାନେ ଆର୍ଯ୍ୟଭଟ ସହାୟତାରେ ଦେଶ ଓ ଦେଶ ବାହାରେ ଉଚ୍ଚ ପଦବୀ କିମ୍ବା ଗବେଷଣା ଅନୁଷ୍ଠାନରେ ଅଧିଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି ।

nis-ad
Leave A Reply

Your email address will not be published.