ବିପଦ ସଂକୁଳିତ ଅବସ୍ଥାରେ ବ୍ରିଜ୍ : ପ୍ରଶାସନର ପ୍ରତିଶୃତି ପାଣିରେ ଗାର..!

ବିପଦ ସଙ୍କୁଳ ଅବସ୍ଥାରେ ଜନ ସାଧାରଣଙ୍କ ଗମନା ଗମନ..


ବାଲିମେଳା: ଦୀର୍ଘ ଦିନ ହେଲା ବିପଦ ସଂକୁଳିତ ଅବସ୍ଥାରେ ପଡ଼ି ରହିଛି ଗୋଟିଏ ପୋଲ ଏହାକୁ ନେଇ ଅଞ୍ଚଳ ବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ସୁଦ୍ଧା ପ୍ରଶାସନ ଏଠାରେ ପାଲଟିଛି ନିଦା ବିଷ୍ଣୁ l ସୂଚନା ଥାଉକି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ୭ନଂ ୱାର୍ଡରୁ । ଭଗ୍ନାବଶେଷକୁ ବ୍ରିଜ ବୋଲି ଭାବି ଶେଷରେ ବାଧ୍ୟ ହୋଇ ମନକୁ ବୁଝାଇ ଦେଇଛନ୍ତି ବସ୍ତିବାସିନ୍ଦା। ସେପଟେ ଦୀର୍ଘ ୬ମାସରୁ ଅଧିକ ସମୟ ଧରି ଧୃତରାଷ୍ଟ୍ର ସାଜିଛନ୍ତି ବାଲିମେଳା ବିଜ୍ଞାପିତ ଅଞ୍ଚଳ ପରିଷଦର ପ୍ରଶାସନ । ପ୍ରକାଶ ଥାଉ କି ଗତ ୩୧-ମେ-୨୦୨୨ରେ ନିସର୍ତ୍ତ ଗଣମାଧ୍ୟମ ଜରିଆରେ ଖବର ପ୍ରସାରଣ ହୋଇଥିଲା ଯେ ପୋଷ୍ଟ୍ ଅଫିସ୍ ଲାଇନ ଏବଂ ଡ୍ରାଇଭର ଲାଇନ୍ କୁ ସଂଯୋଗ କରୁଥିବା କଲଭଟ୍ । ଯଦିଓ ଉକ୍ତ ସମୟରେ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ରଥ ଏହି ସମସ୍ୟାକୁ ଜରୁରୀ ଭିତ୍ତିରେ ଗ୍ରହଣ କରି ଆଶୁ ସମାଧାନ ନିମନ୍ତେ ମରାମତି କାର୍ଯ୍ୟ ଆରମ୍ଭ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ,କିନ୍ତୁ ଆଜି ମଧ୍ୟ ଦେଖିବାକୁ ମିଳୁଛି ସେହି “ଭଙ୍ଗା ପ୍ରତିଶ୍ରୁତିର ଅଭଙ୍ଗା ଇତିହାସ”। ସମ୍ପୃକ୍ତ ଘଟଣା ଜରିଆରେ ସ୍ଥାନୀୟ ୭ନଂ ୱାର୍ଡର ଲୋକ ପ୍ରତିନିଧି ତଥା ଉପାଧ୍ୟକ୍ଷାଙ୍କ କାର୍ଯ୍ୟଶୈଳୀ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି। ନିର୍ବାଚନ ପର୍ବ ପରେ ଅନେକ ପର୍ବ ବିଭିନ୍ନ ରାଜନୈତିକ ଦଳ ମାନଙ୍କ ଦ୍ଵାରା ତଥା ପ୍ରଶାସନ ଦ୍ବାରା ଆୟୋଜନ କରାଯାଇ ପାରିଲା ଯେପରି କି ୩୧-ଅଗଷ୍ଟ-୨୦୨୨ ରେ ସ୍ଥାନୀୟ ବିଧାୟକ ଶ୍ରୀ ବାକା ଆସି ବାଲିମେଳାର ଦୁର୍ଗମ ଅଞ୍ଚଳରେ ଶ୍ମଶାନଘାଟର ପୁନରୁଦ୍ଧାର କରି ପାରୁଛନ୍ତି, ଏନ୍.ଏ.ସି. ଅଧ୍ୟକ୍ଷ ସ୍ୱାୟତ୍ତ ଶାସନ ଦିବସ ଅବସରରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଜରିଆରେ ମନୋରଞ୍ଜନ କରିବା ନିମନ୍ତେ ପର୍ଯ୍ୟାପ୍ତ ସମୟ ପାଉଛନ୍ତି ଯାହା ବିଗତ ଦିନରେ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚା ଘେରକୁ ଆସିଥିଲା କିନ୍ତୁ ସବୁଠାରୁ ବଡ଼ ବିଡ଼ମ୍ବନା ହେଲା କୌଣସି ନିର୍ବାଚିତ ଲୋକ ପ୍ରତିନିଧିଙ୍କ ନିକଟରେ ସମୟ ନାହିଁ ଏତିକି ବୁଝିବା ପାଇଁ ଯେ, ୭ନଂ ୱାର୍ଡ଼ରେ ଲୋକ କିଭଳି ଅବସ୍ଥାରେ କାଳାତିପାତ କରୁଛନ୍ତି । ବୁଦ୍ଧିଜୀବୀ ମହଲରେ ଘଟଣାକୁ ନେଇ ଚର୍ଚ୍ଚା ହେଉଛି ଯେ, ଏଭଳି ଉଦାସୀନତା କାରଣରୁ ହୁଏତ ସ୍ଥାନୀୟ ବ୍ୟବସ୍ଥାପିକା ଓ କାର୍ଯ୍ୟପାଳିକା ଉପରୁ ଜନ ସାଧାରଣଙ୍କ ସମ୍ପୂର୍ଣ୍ଣ ଭରଷା ଉଠି ଯିବ । ତେବେ ପ୍ରଶ୍ନ ଉଠୁଛି କାହା ଛତ୍ର ଛାୟା ତଳେ ବାରମ୍ବାର ଜନ ସାଧାରଣଙ୍କ ଆବେଦନ,ନିବେଦନ ତଥା ଗଣମାଧ୍ୟମରେ ପ୍ରକାଶନକୁ ମଧ୍ୟ ଉପେକ୍ଷା କରିପାରୁଛନ୍ତି କାର୍ଯ୍ୟନିର୍ବାହୀ ଅଧିକାରୀ? ତଥା ଆଗାମୀ ଦିନରେ ଯଦି ଉକ୍ତ ସ୍ଥାନରେ ଯାହା କିଛି ଘଟଣା ଅବା ଦୁର୍ଘଟଣା ହେବ ତାହା ପାଇଁ ବିଜ୍ଞାପିତ ଅଞ୍ଚଳ ପରିଷଦର କାର୍ଯ୍ୟ ନିର୍ବାହୀ ଅଧିକାରୀ,ଅଧ୍ୟକ୍ଷ,ଉପାଧ୍ୟକ୍ଷାଙ୍କ ସମେତ କିଏ ସାଧାରଣ ଜନତାଙ୍କ ନିକଟରେ ଉତ୍ତରଦାୟୀ ରହିବ !!

nis-ad
Leave A Reply

Your email address will not be published.