ରାଜ୍ୟରେ ପ୍ରବଳ ବର୍ଷା ଜାରି, ୧୦ ଜିଲ୍ଲାକୁ ଜାରି ହୋଇଛି ସତର୍କ ସୂଚନା

ରାଜ୍ୟରେ ଲାଗିରହିଛି ପ୍ରବଳ ବର୍ଷା ।ଆହୁରି ଦୁଇ ଦିନ ପ୍ରବଳ ବର୍ଷିବା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା। ଦକ୍ଷିଣ ଓଡିଶା ଉପରେ ସକ୍ରିୟ ଥିବା ଅବପାତ ଗତ ୬ ଘଣ୍ଟାରେ ଘଣ୍ଟା ପ୍ରତି ବେଗ ୨୫କିମି ବେଗରେ ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରେ ଗତିକରିବା ସହ ଭବାନୀପାଟଣା ଠାରୁ ଦକ୍ଷିଣ ପୂର୍ବ ଦିଗରେ ୧୦କିମି ଦୂରରେ କେନ୍ଦ୍ରୀଭୂତ ରହିଛି ।

ଆଗାମୀ ୨୪ଘଣ୍ଟା ମଧ୍ୟରେ ଏହା ନିଜର ଗତିର ଦିଗ ବଜାୟ ରଖିବା ସହ ଦକ୍ଷିଣ ଓଡିଶା ଏବଂ ଦକ୍ଷିଣ ଛତିଶଗଡ ଦେଇ ଗତିକରିବା ସହ ଧୀରେଧୀରେ ଦୁର୍ବଳ ହେବାର ସମ୍ଭାବନା ରହିଛି । ଆଜି ୧୦ ଜିଲ୍ଲା ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ନୂଆପଡ଼ା, ବଲାଙ୍ଗୀର, ବରଗଡ଼, କେଉଁଝର, ମୟୂରଭଞ୍ଜ, ଭଦ୍ରକ,ଯାଜପୁର ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ପାଇଁ ଆରେଞ୍ଜ ଜାରି ହୋଇଚି । ୧୮ ଜିଲ୍ଲା ରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ ଜାରି ହୋଇଚି ,କିଛି ସ୍ଥାନ ରେ ୭ ରୁ ୨୦ ସେଣ୍ଟି ମିଟର ବର୍ଷା ହେବ । ତେବେ ୧୩ ତାରିଖ ରୁ ବର୍ଷା ର ପ୍ରଭାବ ଟିକେ କମିବ ବୋଲି ଆଗୁଆ ଆକଳନ କରିଚି ଆଞ୍ଚଳିକ ପାଣିପାଗ ।

ଆଜିକୁ ୪ ଦିନ ହେବ ରାଜ୍ୟ ରେ ଲାଗି ରହିଛି ଲଗାଣ ବର୍ଷା ।ଗତ ୨୪ଘଣ୍ଟାରେ ରାଜ୍ୟରେ ୩ ସ୍ଥାନରେ ଅତି ପ୍ରବଳ ବର୍ଷା ୧୧୫.୬ ରୁ ୨୦୪.୪ ମିମି ଏବଂ ୩୪ ସ୍ଥାନରେ ପ୍ରବଳ ବର୍ଷା ୬୪.୫ ମିମି ରୁ ୧୧୫.୫ ମିମି ରେକର୍ଡ କରାଯାଇଛି | ସର୍ବାଧିକ ବର୍ଷା ୧୫୪ମିମି ଢେଙ୍କାନାଳ ସହର ରେ ରେକର୍ଡ କରାଯାଇଛି ।ଅବପାତ ପ୍ରଭାବରେ ଓଡ଼ିଶାର ସମସ୍ତ ସାମୁଦ୍ରିକ-ବନ୍ଦର ଗୋପାଳପୁର, ପାରାଦୀପ, ପୁରୀ, ଏବଂ ଚାନ୍ଦବାଲି ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରିକରଯାଇଛି । ତଳିଆ ଅଞ୍ଚଳ ଜଳମଗ୍ନ ସହ ପାହାଡିଆ ଅଞ୍ଚଳରେ ଭୂସ୍ଖଳନ ହେବାର ସମ୍ଭାବନା ରହିଛି । ତେଣୁ ସତର୍କ ସୂଚନା ଜାରି କରାଯାଇଛି । ସେପ୍ଟେମ୍ବରରେ ମୌସୁମୀ ସକ୍ରିୟ । ଗତ ୨୪ ଘଣ୍ଟା ମଧ୍ୟରେ ସ୍ୱାଭାବିକ ଠାରୁ ୨୭୦% ଅଧିକ ବର୍ଷା ରେକର୍ଡ ହୋଇଚି। ଆସନ୍ତା ୧୭ ତାରିଖ ବେଳକୁ ବଙ୍ଗୋପସାଗର ରେ ଦାନା ବାନ୍ଧିପାରେ ଆଉ ଏକ ଲଘୁଚାପ ।ଆଣିପାରେ ବଡ ବର୍ଷା ।

nis-ad
Leave A Reply

Your email address will not be published.