ପଢ଼ିବା ପାଇଁ ଅର୍ଥ ସାଜିଥିଲା ବାଧକ; ବାପା-ମା ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ

ନୂଆପଡ଼ା : ଆର୍ଥିକ ଦୁର୍ବଳତା ବାଧା ଦେଇ ପାରିଲାନି, ଶେଷରେ ପରିବାରର ସମସ୍ତେ ମିଶି ଦାଦନ ଖଟି ପୁଅକୁ କଲେ ଗୋଲ୍ଡ ମେଡାଲିଷ୍ଟ। ଛୋଟବେଳୁ ପୁଅର ପାଠପଢ଼ା ଦେଖି ପରିବାର ଲୋକେ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଗଲେ। ଏପରିକି ଭାଇ ପାଇଁ ନିଜ ପାଟପଢ଼ା ଛାଡ଼ି ଦାଦନ ଖଟିବା ସହ ବଡ଼ ସ୍ୱପ୍ନ ଦେଖୁଛନ୍ତି ଭଉଣୀ।

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ଲଛିପୁର ଗାଁର ହରିହର ନାଗ। ରହିବା ପାଇଁ ମଧ୍ୟ ଘର ଖଣ୍ଡେ ନାହିଁ। ବାପା-ମା ମଜୁରି କରି ଘର ଚଳାଇବା ସହ ପାଞ୍ଚ ମଧ୍ୟ ପୁଅ ଝିଅ ସହ ପରିବାର ଚଳାଉଥିଲେ। ହେଲେ ଧିରେ ଧିରେ ଆର୍ଥିକ ଅନାଟନ ବଢିବାକୁ ଲାଗିଲା। ପୂଅ ହରିହରଙ୍କ ପାଠପଢ଼ା ଆଗ୍ରହ ଦେଖି ଶେଷ ରେ ବାପା-ମା ଓ ବଡ଼ ଭଉଣି ଅନ୍ଯ ରାଜ୍ୟକୁ ଦାଦନ ଖଟିବାକୁ ଗଲେ। ଯାହା ରୋଜଗାର ହେଲା ସେଥିରେ ସଞ୍ଚୟ କରି ପୂଅ ପାଠ ପଢାରେ ଖର୍ଚ୍ଚ କଲେ। ପୁଅ ଶିକ୍ଷା (ଏଜୁକେସନ) ବିଭାଗରେ ସ୍ନାତକୋତ୍ତର(ପିଜି) କରି କଟକ ରେଭେନ୍ସା ବିଶ୍ବ ବିଦ୍ୟାଳୟରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ଏହା ସହିତ ସେ ସ୍ୱର୍ଣ୍ଣ ପଦକରେ ସମ୍ମାନିତ ହୋଇଛନ୍ତି। ସେ ଗାଁକୁ ଫେରିବା ପରେ ତାଙ୍କ ପରିବାର ତଥା ଗାଁ ଲୋକଙ୍କ ଖୁସି କହିଲେ ନସରେ। ହରିହରଙ୍କୁ ହୁଳହୁଳି ଦେଇ ତାଙ୍କ ବେକରେ ଫୁଲମାଳ ପକାଇ ଗାଁ ଲୋକମାନେ ଅଧା ରାସ୍ତାରୁ ପାଛୋଟି ନେଇଥିଲେ।

ଅନ୍ୟପଟେ ଆନ୍ଧ୍ରର ଇଟାଭାଟିରେ ପରିଶ୍ରମ କରି ପୁଅର ପାଠପଢା ପାଇଁ ବାପା ଭଗତରାମ ଚିନ୍ତା କରିଥିଲେ। ତାର ଫଳ ହରିହର ତାଙ୍କୁ ଦେଇଛି। କେବଳ ପରିବାର କାହିଁକି ହରିହର ଗାଁ ସହ ସାରା ଓଡ଼ିଶାର ମାନ ରଖିଛନ୍ତି। ଅନେକ କହନ୍ତି କିଛିକ୍ଷେତ୍ରରେ ପାଠପଢ଼ାରେ ଅର୍ଥ ବାଧକ ସାଜେ। କିନ୍ତୁ ହରିହର ତାହା ଭୁଲ ବୋଲି ପ୍ରମାଣିତ କରିଛନ୍ତି। ସେ ଆଗାମି ଦିନରେ ପିଏଚଡି କରିବେ ବୋଲି ଆଶା ରଖିଛନ୍ତି। କିନ୍ତୁ ପଏଚଡି ପଢ଼ିବା ପାଇଁ ତାଙ୍କ ପାଖରେ ପର୍ଯ୍ୟାପ୍ତ ଟଙ୍କା ନାହିଁ। ଦାଦନ ଯିବା ପାଇଁ ମଧ୍ୟ ବାପା ମାଙ୍କ ର ଆଉ ସାମର୍ଥ୍ୟ ନାହିଁ। ସେପଟେ ବଡ଼ ଭଉଣି ମଧ୍ୟ ବାହାହୋଇ ସାରିଲେଣି। ଏବେ ଅସହାୟ ପରିବାରକୁ ସହାୟତା ଦେବା ପାଇଁ ସରକାରଙ୍କୁ ହରିହରଙ୍କ ସହିତ ତାଙ୍କ ପରିବାର ଅନୁରୋଧ କରିଛନ୍ତି।

nis-ad
Leave A Reply

Your email address will not be published.