ଖୋଳଖାଳିରେ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଶୁଭ ଖୁଣ୍ଟି ସ୍ଥାପନ


ବୁଗୁଡା (୧୧/୦୯) : ବୁଗୁଡ଼ା ବ୍ଲକ ଖୋଳଖାଳି ଗ୍ରାମରେ ଆଗାମୀ ଗଜଲକ୍ଷ୍ମୀ ପୂଜା ଉପଲକ୍ଷେ ଗାଁର ବଡଦାଣ୍ଡରେ ଶୁଭ ଖୁଣ୍ଟି ସ୍ଥାପନ କାର୍ଯ୍ଯକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁରୋହିତ ଭାବେ ବନମାଳୀ ରଥ ଯୋଗ ଦେଇ ଯଥା ରୀତିନୀତି ପ୍ରକାରେ ପୂଜାପାଠ ସମ୍ପାଦନ କରିଥିବା ବେଳେ ପୂଜା କମିଟି ସଭାପତି ଜାନକୀ ବଲ୍ଲଭ ରାଉତ କର୍ତ୍ତା ଭାବେ ଦାୟିତ୍ବ ନିର୍ବାହ କରିଥିଲେ । ଉକ୍ତ କାର୍ଯ୍ୟକ୍ରମର ପରିଚାଳନାରେ ସମୀର ସ୍ବାଇଁ , ପୂର୍ଣ୍ଣଚନ୍ଦ୍ର ଗୌଡ , ବାବୁଲା ସ୍ବାଇଁ , ସୁଧିର ଦାଶ , ପବିତ୍ର ଖଣ୍ଡାଇ, କୈଳାସ ଦାଶଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ । ଦୁଇ ବର୍ଷ ହେଲା କରୋନା ଯୋଗୁଁ ପୂଜା ଉତ୍ସବ ଫିକା ପଡିଥିଲେ ହେଁ ଚଳିତ ବର୍ଷ ମା ଗଜଲଷ୍ମୀଙ୍କ ପୂଜା ଜାକଜମକରେ ହେବ ବୋଲି ପୂଜା କମିଟି ପକ୍ଷରୁ ପ୍ରକାଶ ପାଇଛି ।

nis-ad
Leave A Reply

Your email address will not be published.