ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ ପ୍ରକାଶିତ, ରାଙ୍କ୍ ୱାନ୍‌ରେ ଆରକେ ଶିଶିର

ଭୁବନେଶ୍ବର: ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୨ ରେଜଲ୍ଟ । ରାଙ୍କ ୱାନରେ ରହିଛନ୍ତି ଆଇଆଇଟି ବମ୍ବେ ଜୋନ୍‌ର ଆର.କେ ଶିଶିର । ମୋଟ ୩୬୦ ନମ୍ବରରୁ ଶିଶିର ୩୧୪ ନମ୍ବର ରଖିଛନ୍ତି । ସେ କର୍ଣ୍ଣାଟକ କମନ ଏଣ୍ଟ୍ରାନ୍ସ ଟେଷ୍ଟରେ ଫାର୍ମାସି ଷ୍ଟ୍ରିମରେ ଟପ୍ କରିଥିଲେ ।

ରାଙ୍କ ୨ରେ ଅଛନ୍ତି ପି. ଲକ୍ଷ୍ମୀସାଇ ରୋହି ରେଡ୍ଡୀ । ତୃତୀୟରେ ଥୋମାସ ବିଜୁ ଚିରମଭେଲିଲ, ଚତୁର୍ଥରେ ଭି, ସାଇ ସିଦ୍ଧାର୍ଥ, ପଞ୍ଚମରେ ମୟଙ୍କ ମନଓ୍ବାନୀ ରହିଛନ୍ତି । ସେହିପରି ଷଷ୍ଠରେ ପି. କାର୍ତ୍ତିକେୟ, ସପ୍ତମରେ ପ୍ରତୀକ ସାହୁ, ଅଷ୍ଟମରେ ଧୀରଜ କୁରକୁଣ୍ଡା, ନବମରେ ମହିତ ଗାଧିଓ୍ବାଲା, ଦଶମରେ ଭି. ଜ୍ଞାନ ମହେଶ ରହିଛନ୍ତି ।

ସେହିପରି ଛାତ୍ରୀଙ୍କ ମଧ୍ୟରେ ଟପ୍ କରିଛନ୍ତି ଆଇଆଇଟି ଦିଲ୍ଲୀ ଜୋନ୍‌ର ତନିଷ୍କା କାବ୍ରା। ତନିଷ୍କାଙ୍କ ରାଙ୍କ ୧୬ ରହିଛି । ତନିଷ୍କା ଇଣ୍ଟରନ୍ୟାସନାଲ କେମିଷ୍ଟ୍ରି ଅଲିମ୍ପିଆଡ ୨୦୨୨ର ଟପ୍ପର ଥିଲେ । ମହିଳା ବର୍ଗରେ ଆଇଆଇଟି ବମ୍ବେର ଜଳଧୀ ଯୋଶୀ ଟପ୍ପର ହୋଇଥିବା ବେଳେ ଆଇଆଇଟି ଦିଲ୍ଲୀର ତନିସ୍କା କାବ୍ରା, ଆଇଆଇଟି ଗୌହାଟୀର ସ୍ନେହ ପରିକ, ଆଇଆଇଟି କାନପୁରର ପ୍ରଗତୀ ଅଗ୍ରଓ୍ବାଲ ଟପ୍ପର ହୋଇଛନ୍ତି ।

ସେହିପରି ଆଇଆଇଟି ଭୁବନେଶ୍ବରରେ ଜାହ୍ନବୀ ସା, ଆଇଆଇଟି ମାଡ୍ରାସର ପଲ୍ଲୀ ଜଳଜାଖୀ ଓ ଆଇଆଇଟି ରୁରକିର ବିଦୂଷୀ ଟପ୍ପର ହୋଇଛନ୍ତି । ମୋଟ ୧ଲକ୍ଷ ୫୫ହଜାର ୫୩୮ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୪୦ହଜାର ୭୧୨ ପିଲାଙ୍କୁ ରାଙ୍କ ମିଳିଛି । ସେମାନଙ୍କ ମଧ୍ୟରେ ଅଛନ୍ତି ୬ହଜାର ୫୧୬ ଛାତ୍ରୀ । jeeadv.ac.inରେ ରେଜଲ୍ଟ ଉପଲବ୍ଧ ହେଉଛି ।

ଆର୍କିଟେକ୍ଟର ଆପ୍ଟିଚ୍ୟୁଡ ଟେଷ୍ଟ ଲାଗି ଆଜିଠାରୁ ଆସନ୍ତାକାଲି ଅପରାହ୍ଣ ୫ଟା ଯାଏ ଅନଲାଇନ ରେଜିଷ୍ଟ୍ରେସନ ହେବ । ଆସନ୍ତା ୧୪ ତାରିଖ ସକାଳ ୯ରୁ ୧୨ଟା ମଧ୍ୟରେ ହେବ ଆପ୍ଟିଚ୍ୟୁ଼ଡ ଟେଷ୍ଟ । ସେପ୍ଟେମ୍ବର ୧୭ ଅପରା୍ଣ ୫ଟାରେ ବାହାରିବ ଫଳ । ସେହିପରି ଜଏଣ୍ଟ ସିଟ୍ ଆଲୋକେସନ ଆସନ୍ତାକାଲିଠାରୁ ଆରମ୍ଭ ହେବ ।

nis-ad
Leave A Reply

Your email address will not be published.