ସମୁଦ୍ର ଜୁଆର ମାଡ଼ରେ ଭାଙ୍ଗିଲା ମେରାଇନ୍ ଡ୍ରାଇଭ୍ ରାସ୍ତା ଓ ସୁରକ୍ଷା ପ୍ରାଚୀର

ସୀମା ଲଙ୍ଘୁଛି ଅଶାନ୍ତ ସମୁଦ୍ର । ୫ ଫୁଟ ଉଚ୍ଚ ଜୁଆର ମାଡ଼ରେ ମେରାଇନ ଡ୍ରାଇଭ ରାସ୍ତା ଓ ସୁରକ୍ଷା ପ୍ରାଚୀର ଭାଙ୍ଗିଛି ଅଶାନ୍ତ ଜୁଆର । ଲଘୁଚାପ ଜନିତ ଲଗାଣ ବର୍ଷାରେ ଅଶାନ୍ତ ହୋଇପଡ଼ିଛି ବଙ୍ଗୋପସାଗର । କୋଣାର୍କ- ପୁରୀ ବେଳାମାର୍ଗ ପାଶ୍ୱର୍ରେ ଥିବା ବେଳାଭୂମି ବିଭିନ୍ନ ସ୍ଥାନରେ କୂଳ ଖାଇବା ଆରମ୍ଭ କରିଛି ।

ବେଳାମାର୍ଗରେ ଇକୋ ରିଟ୍ରିଟ ଉତ୍ସବସ୍ଥଳ ନିକଟରେ କିଛି ସପ୍ତାହ ପୂର୍ବରୁ ମୁହାଣ ଖୋଲିଥିବା ବେଳେ ବଡ଼ ବଡ଼ ଜୁଆର ସବୁ ମାଡ଼ି ଆସୁଛି । ଏହି ଜୁଆର ସିଧାସଳଖ ସୁରକ୍ଷା ପାଚେରୀରେ ମାଡ ହେଉଛି । ସୁମଦ୍ର ଓ ବେଳାମାର୍ଗ ମଧ୍ୟରେ କିଛି ମିଟର ଦୂରତା ଥିବା ବେଳେ ପୁରୀ କୋଣାର୍କ ବେଳାମାର୍ଗ ବିପଦ ସଙ୍କୁଳ ହୋଇପଡ଼ିଛି ।

ସେପଟେ ମୂର୍ତିକା କ୍ଷୟ ରୋକିବାକୁ ସୁରକ୍ଷା ପାଚେରୀ ନିର୍ମାଣ କରାଯାଇଥିଲେ ବି ତାହା ଅସମ୍ପୂର୍ଣ୍ଣ ରହିଛି । ଯାହା ପାଇଁ ଉଚ୍ଚ ଜୁଆରରେ ମାଟି ଧୋଇହୋଇଗଲାଣି । ଆଉ ଏହି ମୂର୍ତିକା କ୍ଷୟ ଯାତ୍ରୀ ପର୍ଯ୍ୟଟକଙ୍କଠାରୁ ନେଇ ମତ୍ସ୍ୟଜୀବୀଙ୍କ ପ୍ରତି ବିପଦ ସୃ୍ଷ୍ଟି କରିଛି ।

nis-ad
Leave A Reply

Your email address will not be published.