ଏମ୍‌କେସିଜିର ସୁପରସ୍ପେଶାଲିଟ୍ କୋଠାରେ ସିଲିଂ ଖସିବା ଘଟଣାକୁ ନେଇ ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ବସିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ

ବ୍ରହ୍ମପୁର : ବାରମ୍ବାର ଏମ୍‌କେସିଜି ବଡ଼ମେଡ଼ିକାଲର ସୁପରସ୍ପେଶାଲିଟ୍ କୋଠାରେ ସିଲିଂ ଖସିବା ଘଟଣା ପରେ ଚେତା ପଶିଲା ପ୍ରଶାସନର । ଆରଡ଼ିସିଙ୍କ ଅଧ୍ୟକ୍ଷତାରେ ବସିଲା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ଏମ୍‌କେସିଜି ସୁପରସ୍ପେଶାଲିଟ୍ ୱାର୍ଡ଼ ଯାହାକି ଗତ ୬ ମାସ ହେବ ରୋଗୀ ସେବା ନିମନ୍ତେ କାର୍ଯ୍ୟକାରୀ ହୋଇଥିବା ବେଳେ ଏହାର ତୃତୀୟ ଏବଂ ପଚଂମ ମହଲାରୁ ସିଲିଂ ଖସିବା ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଥିଲା । ରୋଗୀଙ୍କ ସୁରକ୍ଷାକୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି କରିଥିବା ବେଳେ ମେଡ଼ିକାଲ କର୍ତୃପକ୍ଷ ଏନେଇ ନୀରବ ରହିଥିବା ଘଟଣା ସହଜରେ ଗ୍ରହଣ କରିପାରୁନଥିଲେ ସହରବାସୀ । ତେବେ ଆଜି ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି. ଆଓଙ୍କ ଅଧ୍ୟକ୍ଷତାରେ ଏକ ଜରୁରୀ କାଳୀନ ବୈଠକ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା । ବାରମ୍ବାର ସିଲିଂ ଖସିବା ଘଟଣା ସହର ଏବଂ ରାଜ୍ୟରେ ଆଲଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ କିପରି ରୋକାଯାଇପାରିବ ଏବଂ ରୋଗୀ ସେବା ଯେପରି ବ୍ୟାହତ ନହେବ ସେ ନେଇ ଆଜି ବୈଠକରେ ବିଷେଦ ଭାବେ ଆଲୋଚନା ହୋଇଥିଲା । କେନ୍ଦ୍ର ସରକାରଙ୍କ ହସ୍ପିଟାଲ୍ କନସଲଟେଟଂ୍ କର୍ପୋରେସନ୍ ଏହି କୋଠାକୁ ନିର୍ମାଣ କରିବା ପାଇଁ ହାଇଦ୍ରାବାଦର ଏକ ଘରୋଇ କଂପାନୀକୁ ଦେଇଥିବା ସୂଚନା ଦେଇଛନ୍ତି । ତେବେ ଏହି କଂପାନୀର କୋଠା ନିର୍ମାଣର ଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଆଜିର ବୈଠକରେ ପୂର୍ତ ବିଭାଗ ଏବଂ ରାସ୍ତା ଓ କୋଠାବାଡ଼ି ବିଭାଗର ବହୁ ଅଧିକାରୀ ଉପସ୍ଥିତ ରହି କୋଠାର ନିର୍ମାଣ କାର୍ଯ୍ୟ , ତାର ସିଲିଂ, ଇଲେଟ୍ରିକ୍‌, ପାଇପ୍ ଲାଇନ୍ ସଂଯୋଗୀକରଣ ଏବଂ ଅଗ୍ନି ନିରାପତା ଉପରେ ବିଷେଦ ଭାବରେ ଆଲୋଚନା କରିଥିଲେ । ଘରୋଇ କଂପାନୀ ଦ୍ୱାରା ଏସମସ୍ତ କାର୍ଯ୍ୟ କିଭଳି ଭାବେ ସଂପାଦନ ହୋଇଛି ତାହା ଅବଗତ ହେବାରେ କଷ୍ଟସାଧ୍ୟ ହେଉଥିଲେ ମଧ୍ୟ ଏହାକୁ କିଭଳି ରୋକାଯିବ ସେ ନେଇ ସୋମବାର ସୁଦ୍ଧା ଏକ ରିପୋର୍ଟ ତଲବ କରିବେ ଉକ୍ତ ବିଭାଗର ଟେକ୍ନିକାଲ୍ ଦଳ । ଏଥି ନିମନ୍ତେ ରୋଗୀ ସେବା ଯେଭଳି ବ୍ୟାହତ ନହେବ ଏବଂ ସିଲିଂ ଖସିଥିବା ଉକ୍ତ ବିଭାଗକୁ ଅନ୍ୟତ୍ର ସ୍ଥାନାନ୍ତରିତ କରି ରୋଗୀ ସେବା ଜାରୀ ରହିବ ବୋଲି ଦକ୍ଷିଣାଚଂଳ ରାଜସ୍ୱ କମିଶନର ଟି. ଆଓ ସୂଚନା ଦେଇଛନ୍ତି । ରିପୋର୍ଟ ଆସିବା ପରେ ପଦକ୍ଷେପ ଗ୍ରହଣ କରାଯିବ ଏବଂ ରୋଗୀ ସେବା ଉପରେ ଅଧିକ ଗୁୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ଜିଲ୍ଳାପାଳ ଦିବ୍ୟଜ୍ୟୋତି ପରିଡ଼ା । ରୋଗୀଙ୍କୁ ଉତମ ସେବା ଯୋଗାଇଦେବାରେ ବ୍ରହ୍ମପୁର ବଡ଼ମେଡ଼ିକାଲର ନାମ ବିଖ୍ୟାତ ରହିଛି । ଏବଂ ଆଗକୁ ଯେଭଳି ରୋଗୀଙ୍କୁ ଅଧିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବ ଏବଂ ସୁରକ୍ଷିତ ରଖିବା ନିମନ୍ତେ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯିବ ସହ ଏଭଳି ଘଟଣା ପୁର୍ନରୁବୃତି ନହେବା ପାଇଁ ପଦକ୍ଷେପ ନିଆଯିବ ବୋଲି ବିଧାୟକ ବିକ୍ରମ କୁମାର ପଣ୍ଡା ସୂଚନା ଦେଇଛନ୍ତି । ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ଆଲୋଚନା ହୋଇଥିବା ବେଳେ ଏଭଳି ଘଟଣା ଯେଭଳି ପୁର୍ନରୁବୁତି ନହେବ ସେଥି ପ୍ରତି ଅଧିକ ଗୁରୁତ୍ୱ ଦେବା ପାଇଁ ମେଡ଼ିକାଲ୍ କର୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏଥି ସହ ଡ଼ାଇଲୋସିସ୍ ବିଭାଗକୁ ଆହୁରି କିଭଳି ବୃଦ୍ଧି କରାଯିବ ଏବଂ ଅନ୍ୟ ସମସ୍ତ ବିଭାଗରେ ରୋଗୀସେବା ଅଧିକ ଉନ୍ନତ ହେବ ସେ ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଥିବା ଜଣାପଡ଼ିଛି । ଆଜିର ଏହି ବୈଠକରେ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା, ମହାନଗର ନିଗମ କମିଶନର ଜେ. ସୋନାଲ, ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ସମେତ ପୂର୍ତ ବିଭାଗ, ରାସ୍ତାଘାଟ କୋଠା ବାଡ଼ି ବିଭାଗ, ମେଡ଼ିକାଲ ଅଧ୍ୟକ୍ଷ ପ୍ରଫେସର ଡା. ଅବନୀକାନ୍ତ ମିଶ୍ର, ଅଧୀକ୍ଷକ ସନ୍ତୋଷ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.