ବିଳମ୍ୱିତ ରାତିରେ ମାତିଲେ ଲୁଟେରା, ଦଣ୍ଡକାଳୀ ମନ୍ଦିରରୁ ଚୋରୀ

ହିଞ୍ଜିଳିକାଟୁ ୯/୯ ହିଞ୍ଜିଳି ଥାନା ଅନ୍ତର୍ଗତ ମରଝୋଳଛକ ସ୍ଥିତ ଗ୍ରାମର ମା ଦଣ୍ଡକାଳୀ ମନ୍ଦିରରେ ଗତକାଲି ରାତ୍ରିରେ କଳାକନା ବୁଲାଇ ଦେଇଛନ୍ତି ଦୃର୍ବୃତ୍ତ ।ସୂଚନା ଅନୁସାରେ ବିଳମ୍ବିତ ରାତ୍ରରେ ଦୃର୍ବୃତ୍ତମାନେ ମନ୍ଦିର ଗ୍ରୀଲ କବାଟର ତାଲା ଭାଙ୍ଗି ମାଙ୍କ ପ୍ରାୟ ୩୦ ଗ୍ରାମର ଦୁଇଟି ମଙ୍ଗଳସୁତ୍ର ତାଡିନେବା ସହ ମାଙ୍କ ଆଲମିରା ଭାଙ୍ଗି ବିଭିନ୍ନ ମୂଲ୍ୟବାନ ଗହଣା, ପିତ୍ତଳ ବାସନ, ଘଣ୍ଟି ଓ ଅନେକ ବସ୍ତ୍ର ସହ ହୋମଥିଏଟର ସହ ଏମ୍ପ୍ଳିଫାଇର ନେଇଯିବା ସହ ଦାନ ହୁଣ୍ଡି ଭାଙ୍ଗି ଟଙ୍କା ଓ ସିସି ଟିଭି ତାଡିବା ସହ ହାର୍ଡ ଡିସ୍କ ଦୃର୍ବୃତ୍ତ ମାନେ ଲୁଟିନେଥିବା ବଳେ ଏଲ ଇଡି ଟିଭି ନଷ୍ଟ କରିଦେଇଥିବା ହିଞିଳି ଥାନରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।

ସନ୍ଧ୍ୟାରେ ମାଙ୍କ ରୀତି ନୀତି ସାରି ପହଡ଼ ପକା ଯାଇଥିଲା । କିନ୍ତୁ ସକାଳୁ ମାଙ୍କ ଦ୍ୱାର ଖୋଲି ଦେଖିଲା ବେଳକୁ ପଛ କବାଟ ଭଙ୍ଗା ଯାଇଛି ଓ ମାଙ୍କ ଆଲମରା ତଡ଼ାଯିବା ସହ ମାଆଙ୍କର ମଙ୍ଗଳସୁତ୍ର ସାଉଣ୍ଡ ମେସିନ ଓ ସିସି ଟିଭି ସହ ସମସ୍ତ ଜିନିଷ ଚୋରୀ ହୋଇଯାଇଛି । ପରେ ମୁଁ ଏହି ଘଟଣାକୁ ଗ୍ରାମବାସୀଙ୍କୁ ଜଣାଇଥିଲି ବୋଲି ପୂଜକ କୁହନ୍ତି । ଏପଟେ ହିଞ୍ଜିଳି ଥାନାରେ ଲିଖତ ଅଭିଯୋଗ କରିଛନ୍ତି ଗ୍ରାମବାସୀ ।ସେପଟେ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

nis-ad
Leave A Reply

Your email address will not be published.