ରିୟଲିଟି ଶୋ’ ‘ଝଲକ ଦିଖଲା ଜା’ରେ ଆସିବେ ଦୂତି

ଭୁବନେଶ୍ୱର ୦୯/୦୯: ଅଲିମ୍ପିଆନ ଦୂତି ଚାନ୍ଦ ଏକ ଭିନ୍ନ ଭୂମିକାରେ ଅବତୀର୍ଣ୍ଣ ହେବାକୁ ଯାଉଛନ୍ତି । ସେ ‘କଲର୍ସ’ ଚ୍ୟାନେଲର ଲୋକପ୍ରିୟ ରିୟଲିଟି ଶୋ’ ‘ଝଲକ ଦିଖଲା ଜା’ର ସିଜନ-୧୦ରେ ଦେଖାଯିବେ ।

ଦୂତି କହିଛନ୍ତି, ଏହି ରିୟଲିଟି ଶୋ’ରେ ସାମିଲ ହେବା ପାଇଁ ପୂର୍ବରୁ ମୋତେ ବହୁ ଥର ପ୍ରସ୍ତାବ ଆସିଥିଲା ।

କିନ୍ତୁ ଟୋକିଓ ଅଲିମ୍ପିକ୍ସ ଓ ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ମୁଁ ସମୟ ଦେଇ ପାରୁ ନଥିଲି । ଏସୀୟ କ୍ରୀଡ଼ା ଗୋଟିଏ ବର୍ଷ ଘୁଞ୍ଚିବା ପରେ ମୁଁ ସିଜନ-୧୦ରେ ସାମିଲ ହେବି ବୋଲି ସହମତି ପ୍ରକାଶ କରିଥିଲି ।

ମୁଁ କହିଛି ମୋତେ ଖେଳ ଛଡ଼ା ଆଉ କିଛି ଜଣା ନାହିଁ । କିନ୍ତୁ ସେମାନେ କହିଛନ୍ତି, ମୋତେ ସୁହାଇଲା ଭଳି ନାଚ ଶିଖାଇବେ । ପ୍ରଥମ ଓଡ଼ିଆ କ୍ରୀଡ଼ାବିତ ଭାବେ ଏତେ ବଡ଼ ରିୟଲିଟି ଶୋ’ରେ ସାମିଲ ହେବାର ସୁଯୋଗ ପାଇଛି । ଏଥିପାଇଁ ମୁଁ ଉତ୍ସାହିତ ରହିଛି ।’ ପୂର୍ବରୁ ଦୂତି କେବିସି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । କୋରିଓଗ୍ରାଫର ରବିନା ଚୌଧୁରୀ ତାଙ୍କୁ ନୃତ୍ୟ ଶିକ୍ଷାଦେବେ । ଶୋ’ରେ ବଲିଉଡ୍‌ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଓ କରନ ଜୋହର ପ୍ରମୁଖ ବିଚାରକ ରହିଛନ୍ତି ।

nis-ad
Leave A Reply

Your email address will not be published.