ହାଟ ଭିତରେ ପଶିଲା ହାତୀ, ଯୁବକଙ୍କୁ ଦଳି ମାରି ଦେଲା

ହାଟ ଭିତରେ ହାତୀ । ଯୁବକଙ୍କୁ ଦଳି ମାରିଲା ଦନ୍ତା । ମୟୂରଭଞ୍ଜ ଜିଲ୍ଲା ବେତନଟୀ ରେଞ୍ଜର ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଗାଁରେ ସାପ୍ତାହିକ ହାଟ ବସିଥିବା ବେଳେ ହାଟ ଭିତରକୁ ପଶି ଆସିଥିଲା ହାତୀ । ହାତୀକୁ ଦେଖି ଲୋକ ଭୟଭୀତ ହୋଇ ସେଠାରୁ ଦୌଡ଼ି ପଳାଇଥିଲେ ।

ତେବେ ନିଜ ଜୀବନ ବଞ୍ଚାଇବାକୁ ଯାଇ ବିଶ୍ୱନାଥ ସିଂ ନାମକ ୩୨ ବର୍ଷୀୟ ଯୁବକ ଏକ ବାଇକ ପଛରେ ଲୁଚିଯାଇଥିଲେ ।

କିନ୍ତୁ ହାତୀଟି ବାଇକ୍‌ କୁ ଦଳିଦେବା ଫଳରେ ବିଶ୍ୱନାଥ ବାଇକ୍‌ ତଳେ ଚାପି ହୋଇ ଗୁରୁତର ଆହତ ହୋଇଥିଲେ ।

ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରି ବୌଶିଙ୍ଗା ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଘଟଣା ସ୍ଥଳରେ ବନବିଭାଗ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

nis-ad
Leave A Reply

Your email address will not be published.