୧୩୩ ଜଣ ଛାତ୍ରଛାତ୍ରୀ ଦେଲେ ୫ମ ଶ୍ରେଣୀ ବୃତ୍ତି ପରୀକ୍ଷା…


ବୁଗୁଡ଼ା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲ କେନ୍ଦ୍ରରେ ଆଜି ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବୁଗୁଡା ଗୋଷ୍ଠୀ ଶିକ୍ଷାଧୂକାରୀଙ୍କ କାର୍ଯ୍ୟାଳୟ ଅଧିନସ୍ଥ ବିଭିନ୍ନ ବିଦ୍ୟାଳୟର ୧୩୩ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ ବେଳେ ୪ ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ । ଉକ୍ତ କେନ୍ଦ୍ରର ସୁପରିଟେଣ୍ଡେଣ୍ଟ୍ ଦାୟିତ୍ବରେ ତାଳସାକର ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସିମାଞ୍ଚଳ ସେଠୀ ରହିଥିବା ବେଳେ ସିଆରସିସି ମାନସ ରଞ୍ଜନ ସେଠୀ , ସନ୍ତୋଷ କୁମାର ସାହୁ , ବାୟା ସେଠୀ ଆଶୁତୋଷ ମିଶ୍ର , ରାଜେଶ ସାହୁ , ଡି.ବାସୁଦେବ ଦୋରା , ପ୍ରଫୁଲ୍ଲ କୁମାର ସାହୁ , କିରଣ ବାଳା ତ୍ରିପାଠୀ , ସବିତା ରଶ୍ମି ସାହୁ ଓ ପ୍ରତାପ କୁମାର ଖାଡ଼ଙ୍ଗା ପ୍ରମୁଖ ପରୀକ୍ଷା କକ୍ଷ ନିରୀକ୍ଷକ ଭାବେ ନିଯୋଜିତ ଥିଲେ ଏବଂ ଏବିଇଓ ପ୍ରମୋଦ ଚନ୍ଦ୍ର ସେନାପତି ପର୍ଯ୍ୟବେକ୍ଷକ ରୂପେ ଯୋଗ ଦେଇଥିଲେ । ଉକ୍ତ ପରୀକ୍ଷା ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିବା ଜଣାଯାଇଛି ।

nis-ad
Leave A Reply

Your email address will not be published.