ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କ ଦାବି ସମାଜବାଦୀ ପାର୍ଟିିର ୧୦୦ ବିଧାୟକ ଭାଜପାରେ ସାମିଲ ହେବାକୁ ପସ୍ତୁତ

ଲକ୍ଷ୍ନୌ: ଉତ୍ତର ପ୍ରଦେଶ ବାରାବାଙ୍କି ଜନପଦ ଗସ୍ତରେ ଯାଇଥିବା ଉତ୍ତର ପ୍ରଦେଶର ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟ ଜିଲା ଭ୍ରମଣରେ ଯାଇଥିଲେ । ପ୍ରଥମେ ସେ ପାର୍ଟି କାର୍ଯ୍ୟାଳୟରେ ପହଞ୍ଚି ତାଙ୍କର ଗୋପନୀୟ ଜନପ୍ରତିନିଧି ଓ ପାର୍ଟି ପଦାଧିକାରୀଙ୍କ ସହ ବୈଠକ କରିଥିଲେ । ଏହାପରେ ସେ ଭାରତୀୟ ଜନତା ପାର୍ଟି(ଭାଜପା)ର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ସ୍ୱର୍ଗତ ବଚ୍ଛରାୱା ରାମ ନରେଶଙ୍କୁ ଶ୍ରଦ୍ଧଶଞ୍ଜଳି ଦେଇଥିଲେ ।

ଏହାପରେ ସେ ଜିଲାର ବରିଷ୍ଠ ଅଧିକାରୀ ତଥା ଜନ ପ୍ରତିନିଧୀଙ୍କ ସହ ଜିଲାପାଳଙ୍କ ଲୋକସଭା ହଲରେ ଏକ ବୈଠକ କରିଥିଲେ ।
ଏହି ସମୟରେ ଉପ ମୁଖ୍ୟମନ୍ତ୍ରୀ ଏକ ସମ୍ବାଦିକ ସମ୍ମିଳନିରେ ସରକାରଙ୍କ ଉପଲବ୍ଧିକୁ ନେଇ ଆଲୋଚନା କରିଥିଲେ । ଏହା ସହ ଉପମୁଖ୍ୟମନ୍ତ୍ରୀ କହିଥିଲେ ସରକାରଙ୍କ ଲକ୍ଷ୍ୟ ହେଉଛି ଜନପଦ ବିକାଶର ସହ ଆଗକୁ ବଢୁ । ସେ କହିଥିଲେ ବାରାବାଙ୍କିରେ ଭଲ କାମ ହୋଇଛି । ସରକାରଙ୍କ କାର୍ଯ୍ୟକାଳ ବିବାଦ ଓ ଦଙ୍ଗାରୁ ମୁକ୍ତ ରହିଛି । କୃଷକଙ୍କ ଲାଭ ପାଇଁ ସରକାର କାମ କରୁଛନ୍ତି । ଅଖିଳେଶ ଯାଦବଙ୍କ ହାତରେ କୌଣସି ଶାସନ ନ ଥିବାରୁ ସେ ବିଳିବିଳାଉଛନ୍ତି । ସମାଜବାଦୀ ପାର୍ଟି ଏବେ ସମାପ୍ତବାଦୀ ପାର୍ଟି ହୋଇଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଉଚ୍ଚ ଅଧିକାରୀ, ଜନ ପ୍ରତିନିଧୀ ଓ ଜନତାଙ୍କ ସମ୍ମାନ ଅଧିକାରୀଙ୍କ୍‌ୁ କରିବା ଉଚିତ । ଏବେ ବଡ ବଡ ଭ୍ରଷ୍ଟ୍ରାଚାରୀ ଥରୁଛନ୍ତି ବୋଲି ସେ କହିଥିଲେ ।
ଅଖିଳେଶ ଯାଦବଙ୍କୁ ଜବାବ ଦେବାକୁ ଯାଇ କେଶବ ପ୍ରସାଦ ମୌର୍ଯ୍ୟ କହିଛନ୍ତି, ଯେମିତି ଭାବେ ପାଣିରୁ ବାହାରିବା ପରେ ମାଛ ଛଟପଟ ହୋଇଥାଏ, ସେହିପରି ଅଖିଳେଶ ଯାଦବ ପଦବୀ ବିନା ଛଟପଟ ହେଉଛନ୍ତି । ସେ କହିଛନ୍ତି ସମାଜବାଦୀ ପାର୍ଟି ଏବେ ସମାପ୍ତବାଦୀ ପାର୍ଟି ହୋଇଯାଇଛି । ଏହାର ୧୦୦ ବିଧାୟକ ଏବେ ଭାରତୀୟ ଜନତା ପାର୍ଟି(ଭାଜପା)ରେ ସାମିଲ ହୋଇଥିବା କହିଛନ୍ତି ମୌର୍ଯ୍ୟ ।

nis-ad
Leave A Reply

Your email address will not be published.