ବ୍ରହ୍ମପୁର ରେଳଷ୍ଟେସନର ଉନ୍ନତିକରଣ ଓ ବରିଷ୍ଠ ନାଗରିକ ମାନଙ୍କୁ ରେଳଯାତ୍ର ରିହାତି ଲାଗି ରେଳମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକ ପତ୍ର
ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲା ବିଜୁପଟ୍ଟନାୟକ ସିନିଅର ସିଟିଜେନସ୍ ଫୋରମ୍ ପକ୍ଷରୁ କାର୍ଯ୍ୟକାରୀ ସଭାପତି ଶ୍ରୀ ସୂର୍ଯ୍ୟକାନ୍ତ ପାତ୍ର ଓ ସାଧାରଣ ସମ୍ପାଦକ ଶ୍ରୀ ସିମାଞ୍ଚଳ ପ୍ରସାଦ ବିଷୋୟୀଙ୍କ ନେତୃତ୍ୱରେ ରେଳମନ୍ତ୍ରୀ ଶ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ଉଦ୍ଦେଶରେ ୧୨ ଦଫା ସମ୍ବଳିତ ଏକ ସ୍ମାରକ ପତ୍ର ବ୍ରହ୍ମପୁର ରେଳଷ୍ଟେସନ୍ର ଉନ୍ନତିକରଣ ଓ ବରିଷ୍ଠ ନାଗରିକମାନଙ୍କୁ ରେଳଯାତ୍ରା ରିହାତୀ ନିମେନ୍ତ ଷ୍ଟେସନ ମେନେଜର ଶ୍ରୀ ଦୁର୍ଗା ପ୍ରସାଦ ବ୍ରହ୍ମାଙ୍କୁ ପ୍ରଦାନ କରାଯାଇଥିଲା ।
ମୁଖ୍ୟଦାବୀ ଗୁଡିକୁ ହେଲା :
୧ ) ବ୍ରହ୍ମପୁର ସହର ଏକ ଐତିହାସିକ ସହର ଏକ ବ୍ରହ୍ମପୁର ଷ୍ଟେସନ ଏକ ପୁରାତନ ଷ୍ଟେସନ ଯାହାକି ହାୱଡା ଚେନାଇଁ ରେଳଲାଇନ ତଥା ଭାରତର ମୁଖ୍ୟ ସହରମାନଙ୍କୁ ଯୋଗାଯୋଗ ହୋଇଥାଏ । ଦକ୍ଷିଣ ଓଡିଶାର ପ୍ରାଣକେନ୍ଦ୍ର ତଥା ଏହି ଷ୍ଟେସନରୁ ରାଜସ୍ୱ ଆଦାୟ ଅଧିକ ହୋଇଥାଏ ଏବଂ ହଜାର ହଜାର ରେଳଯାତ୍ରୀ ଏହି ଷ୍ଟେସନ ଉପରେ ନିର୍ଭର କରିଥାନ୍ତି ଯାହାର କି ଉନ୍ନତିକରଣ ଅତ୍ୟନ୍ତ ଜରୁରୀ l ବ୍ୟବସାୟିକ ଓ ଶିକ୍ଷାକ୍ଷେତ୍ରରେ ବ୍ରହ୍ମପୁର ଦକ୍ଷିଣ ଓଡିଶାର ଏକ ହବ୍ ଅଟେ l
୨)ବରିଷ୍ଟ ନାଗରିକ ମାନଙ୍କୁ ରେଳଯାତ୍ରା ରିହାତୀ ପୂର୍ବରୁ ଦିଆଯାଉଥିଲା ତାହାକୁ କରୋନା Covid – 19 ର ସଂକ୍ରମଣ ଦୃଷ୍ଟିକୁ ରଖ୍ ବନ୍ଦ କରି ଦିଆଯାଇଅଛି । ପୁନରାୟ ସେହି ରିହାତୀ ପ୍ରଦାନ ନିମନ୍ତେ ଦାବି କରାଗଲା l
୩ ) ବ୍ରହ୍ମପୁର ଷ୍ଟେସନରୁ ଦୀର୍ଘ ଦିନ ହେଲା ଆରମ୍ଭ ହୋଇଥିବା ବ୍ରହ୍ମପୁର କଟକ – ବ୍ରହ୍ମପୁର ମେମୁ ଟ୍ରେନ ( ସକାଳ – ୭ , ୦୦ ) ପୂର୍ବରୁ ଫାର୍ଷ୍ଟ ପାଷେଞ୍ଜର ଥିଲା ବର୍ତ୍ତମାନ ତାହାକୁ ଗୁଣୁପୁର ପର୍ଯ୍ୟନ୍ତ ସମ୍ପ୍ରସାରଣ କରାଯାଇଥିବାରୁ ପ୍ରତିଦିନ ହଜାର ହଜାର ଯାତ୍ରୀ ତଥା ବରିଷ୍ଠ ନାଗରିକ ଓ ବିଦ୍ୟାଙ୍ଗ ବ୍ୟକ୍ତିମାନେ ଟ୍ରେନ୍ରେ ଚଢ଼ିବା ପାଇଁ ଅତ୍ୟଧିକ ଗହଳୀରେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଓ ବସିବା ପାଇଁ ସୁଯୋଗ ପାଇପାରୁ ନାହାନ୍ତି । ଏଣୁ ବ୍ରହ୍ମପୁରବାସୀଙ୍କ ସୁବିଧା ନିମନ୍ତେ ବ୍ରହ୍ମପୁରରୁ ପୁଣି ସେହି ଟ୍ରେନ୍କୁ ଯାତ୍ରା ଆରମ୍ଭ କରିବା ପାଇଁ ଦାବିକରାଗଲା l
୪ )ବ୍ରହ୍ମପୁର ଠାରୁ ସିଧା ସଳଖ ସକାଳୁ ଏକ ଟ୍ରେନ୍ ପୁରୀ ଯାଇ ସନ୍ଧ୍ୟାରେ ଫେରିବା ପାଇଁ ଫୋରମ୍ ତରଫରୁ କରାଯାଇଥିବା ଦୀର୍ଘଦିନର ଦାବି ଆଜିପର୍ଯ୍ୟନ୍ତ ପୁରଣ ହୋଇପାରିଲା ନାହିଁ । ତେଣୁ ମାନ୍ୟବର ରେଳମନ୍ତ୍ରୀ ଦକ୍ଷିଣ ଓଡିଶା ପ୍ରତି ସ୍ଵତନ୍ତ୍ର ଧ୍ୟାନ ଦେଇ ଜଗନ୍ନାଥ ପ୍ରେମୀ ଜନସାଧାରଣ ତଥା ବରିଷ୍ଠନାଗରିକମାନଙ୍କ ନିମନ୍ତେ ଏକ ସ୍ୱତନ୍ତ୍ର ଟ୍ରେନ୍ ଚାଲୁ କରିବା ପାଇଁ ଦାବି କରାଗଲା l
୫ )ପ୍ଲାଟ୍ ଫୋରମ୍ ୧ରୁ ୪ ନମ୍ବରକୁ ଯାତାୟାତ କରିବା ପାଇଁ ବରିଷ୍ଠ ନାଗରିକ ଓ ଦିବ୍ୟାଙ୍ଗ ମାନଙ୍କ ପାଇଁ ସମସ୍ତ ପ୍ଲାଟଫରମ୍ ରେ ଲିଫ୍ଟ ଓ ଏସ୍କାଭେଟର ବ୍ୟବସ୍ଥା କରାଯାଉ l
୬ )ସ୍ଵତନ୍ତ୍ର ଟିକେଟ କାଉଣ୍ଟର ଓ ଆରକ୍ଷଣ ଟିକେଟ୍ କାଉଣ୍ଟର ବରିଷ୍ଠ ନାଗରିକମାନଙ୍କ ପାଇଁ କରାଯାଉ l
୭)ଷ୍ଟେସନ ସମ୍ମୁଖରେ ଥିବା ଜାଗାରେ ୱେଟିଂ ସେଡ୍ କରାଯାଉ l ହଜାର ହଜାର ଯାତ୍ରୀ ଯେଉଁମାନେ ସୁରଟ୍ ଓ ବମ୍ବେକୁ ଯାତ୍ରା କରୁଅଛନ୍ତି ଓ ବରିଷ୍ଠ ନାଗରିକ ଓ ଦିବ୍ୟଙ୍ଗମାନେ ଏହାର ସୁବିଧା ପାଇବେ l
୮ )୪ନମ୍ବର ପ୍ଲାଟ ଫୋରମ୍ ରେ ଅନୁଷଙ୍ଗୀକ ବ୍ୟବସ୍ଥା ସହ ଗାଡି ପାକିଂ ବ୍ୟବସ୍ଥା କରାଯାଉ l
୯ )ବ୍ରହ୍ମପୁର ଠାରୁ ସମ୍ବଲପୁର ଭାୟା ଫୁଲବାଣୀକୁ ରେଳଲାଇନ ସଂଯୋଗ କରାଯାଉ l
୧0)ବରିଷ୍ଠ ନାଗରିକ ଓ ଦିବାଙ୍ଗମାନଙ୍କ ନିମନ୍ତେ ବେଟେରୀ ଗାଡି ବ୍ୟବସ୍ଥା କରାଯାଉ l
ଆଜିର ଏହି କାର୍ଯ୍ୟକ୍ରମରେ ଦାବୀ ପୁରଣ ନିମେନ୍ତ କଳାବେଜ୍ ପରିଧାନ କରି ବରିଷ୍ଠ ନାଗରିକମାନେ ଏହି ପରିଣତ ବୟସରେ ଶାନ୍ତିପୂର୍ଣ୍ଣ ଦାବୀ ଜଣାଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଉପସଭାପତି ଡାକ୍ତର ଇନ୍ଦୁଭୂଷଣ ପଟ୍ଟନାୟକ , ସମ୍ପାଦକ ଭିସ୍ମାଚାର୍ଯ୍ୟ ଚୌଧୁରୀ , ପୂର୍ଣ୍ଣଚନ୍ଦ୍ର ମହାରଣା , ମହେଶ୍ୱର ପୃଷ୍ଟି , ରାଜକିଶୋର ସ୍ୱାଇଁ , କୋଷାଧ୍ୟକ୍ଷ ଶିଶୀର କୁମାର ସାହୁ , ସମୀକ୍ଷକ ନାରାୟଣ କର , ଅଭିଯୋଗ ପ୍ରକୋଷ୍ଠ ଅଧ୍ୟକ୍ଷ ନାଋଷୁ ଜେନା , ଉପଦେଷ୍ଟା ବିଜେଶ୍ୱର ପାଢ଼ୀ , କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ରନାଥ ପ୍ରଧାନ , ରବିନ୍ଦ୍ର କୁମାର ମହାରଣା , ପ୍ରଶାନ୍ତ କୁମାର ମହାପାତ୍ର , ଭାସ୍କର ବେହେରା , ଗଣପତି ବେହେରା , ହନକ କୁମାର ସାହୁ , ପ୍ରସନ୍ନ କୁମାର ପୃଷ୍ଟି , ବିନୋଦ କୁମାର ଜେନା , ଦେବରାଜ କୋଠୀଆ , ପ୍ରଦୀପ କୁମାର ପାଣିଗ୍ରାହୀ , ମନମୋହନ ପରିଛା , ଏଚ୍ , ଡେଭିଡ୍ , ସୁଦର୍ଶନ ରାଓ , ଚଲପତି ରାଓ ପ୍ରମୁଖ ବହୁ ସଦସ୍ୟ ଆଜିର ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ l