ଭୂମିକମ୍ପରେ ଥରିଲା ଚୀନ୍‌, ୨୧ ମୃତ

ବେଜିଂ: ଥରିଲା ଚୀନ୍‌। ସିଚୁଆନ୍‌ ଅଞ୍ଚଳରେ ଭୟଙ୍କର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ତୀବ୍ରତା ୬.୮ ରେକର୍ଡ କରାଯାଇଛି। ଭୂକମ୍ପ ଯୋଗୁ ବିଭିନ୍ନ ସ୍ଥାନରେ ୨୧ ଲୋକଙ୍କ ମୃତ୍ୟୁ ହୋଇଛି। ଏଥିସହ ଅନେକ ଆହତ ହୋଇଥିବା ସୂଚନା ମିଳିଛି। ଭୂମିକମ୍ପର କେନ୍ଦ୍ର ଲିଡୁଙ୍ଗ କାଉଣ୍ଟି ଥିବା ଜଣାପଡିଛି, ଯାହା ବର୍ତ୍ତମାନ ବଢ଼ୁଥିବା କରୋନା ସଂକ୍ରମଣ ସହ ସଂଘର୍ଷ କରୁଛି।
ସୂଚନା ମୁତାବକ, ଆଜି ମଧ୍ୟହ୍ଣରେ ଭୂକମ୍ପର କମ୍ପନ ଅନୁଭୂତ ହୋଇଥିଲା। ଭୂକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ ବହୁ ବଡ଼ ବଡ଼ କୋଠା ଥରିବାକୁ ଲାଗିଥିଲା। ଏହା ଦେଖି ଲୋକମାନେ ଭୟରେ ବାହାରକୁ ଚାଲି ଆସିଥିଲେ। ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ଭୂକମ୍ପରେ ୨୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ସଂଖ୍ୟା ଆହୁରି ବଢ଼ିପାରେ ବୋଲି କୁହାଯାଇଛି।
ଅନେକ ସ୍ଥାନରେ କ୍ଷୟକ୍ଷତି ହୋଇଛି। ବଡ଼ ବଡ଼ କୋଠା ଗୁଡ଼ିକ ସବୁ ଭାଙ୍ଗି ଯାଇଛି। ରାସ୍ତାରେ ପାହାଡ଼ ଉପରୁ ପଥର ଖସି ଟ୍ରାଫିକ୍‌ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏହି ଭୟଙ୍କର ଭୂମିକମ୍ପର କିଛି ଭିଡିଓ ଚୀନର ସୋଶାଲ ମିଡିଆରେ ମଧ୍ୟ ଶେଆର କରାଯାଇଛି। ଯେଉଁଥିରେ କୋଠାଗୁଡିକ ଥରୁଥିବା ଦେଖିବାକୁ ମିଳିଛି।
ସିଚୁଆନ୍ ପ୍ରାନ୍ତ ଯେଉଁଠାରେ ପ୍ରବଳ ଭୂକମ୍ପ ଅନୁଭୂତ ହୋଇଛି, ତାହା ତିବ୍ବତର ପାହାଡରେ ଅବସ୍ଥିତ। ୨୦୦୮ରେ ମଧ୍ୟ ଏଠାରେ ଏକ ଭୟଙ୍କର ଭୂକମ୍ପ ହୋଇଥିଲା, ​​ଯେଉଁଥିରେ ପ୍ରାୟ ୭୦ ହଜାର ଲୋକ ପ୍ରାଣ ହରାଇଥିଲେ। ୨୦୧୩ ମଧ୍ୟ ସମାନ ଅଞ୍ଚଳରେ ରିକ୍ଟର ସ୍କେଲରେ ୭ ତୀବ୍ରତାର ସହ ଭୂମିକମ୍ପ ହୋଇଥିଲା। ଏଥିରେ ୨୦୦ରୁ ଅଧିକ ଲୋକଙ୍କର ମୃତ୍ୟୁ ଘଟିଥିଲା।

nis-ad
Leave A Reply

Your email address will not be published.