ସ୍ତ୍ରୀର କିଡ୍‌ନୀ ବିକ୍ରି ମାମଲା, ସ୍ୱାମୀ ଗିରଫ

ମାଲକାନଗିରି: ସ୍ତ୍ରୀଙ୍କ କିଡ୍‌ନୀ ବିକ୍ରି କରିବା ଘଟଣାରେ ମାଲକାନଗିରି ପୁଲିସ୍ ଅଭିଯୁକ୍ତ ସ୍ୱାମୀ ପ୍ରଶାନ୍ତ କୁଣ୍ଡୁକୁ ଗିରଫ କରିଛି। ୨୦୧୮ରେ ଚିକିତ୍ସା ବାହାନାରେ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌ରେ ପ୍ରଶାନ୍ତ ପତ୍ନୀଙ୍କ କିଡ୍‌ନୀ ବିକ୍ରି କରିଥିବା ବେଳେ ଏନେଇ ଗତ ମାସ ୨୪ ତାରିଖରେ ମାଲକାନଗିରି ଟାଉନ୍‌ ଥାନାରେ ଏତଲା ଦିଆଯାଇଥିଲା। ଅଭିଯୁକ୍ତଙ୍କ ପତ୍ନୀ ଏତଲା ଦେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଥିଲା।

କୋତାମେଟା ଗାଁର ପ୍ରଶାନ୍ତ କୁଣ୍ଡୁଙ୍କୁ ରଞ୍ଜିତା କୁଣ୍ଡୁ ୧୨ ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କର ଗୋଟିଏ ଝିଅ ଓ ପୁଅ ଅଛନ୍ତି। ପ୍ରଶାନ୍ତ ଓ ରଞ୍ଜିତାଙ୍କ ମଧ୍ୟରେ କଳହ ହୁଏ।
୨୦୧୮ ମସିହାରେ ଭଲ ଚିକିତ୍ସା ବାହାନାରେ ପତ୍ନୀ ରଞ୍ଜତାଙ୍କୁ ପ୍ରଶାନ୍ତ ଭୁବନେଶ୍ୱରର ଏକ ଘରୋଇ ହସ୍‌ପିଟାଲ୍‌କୁ ନେଇ ଯାଇଥିଲେ। ସେଠାରେ ତାଙ୍କ କିଡ୍‌ନୀ ବିକ୍ରି କରାଯାଇଥିଲା। ଏମ୍‌ଭି-୩୮ ଗାଁର ଅସୀମ ହାଲଦାରଙ୍କୁ ଏହି କିଡ୍‌ନୀ ବିକ୍ରି କରାଯାଇଥିବା ଅଭିଯୋଗ ହୋଇଛି। ଗତ ୨୪ ତାରିଖରେ ରଞ୍ଜିତା, ତାଙ୍କ ପରିବାର ଓ ଗାଁ ଲୋକ ମାଲାକାନଗିରି ଟାଉନ୍‌ ଥାନାରେ ଏତଲା ଦେବା ସହିତ ଦୋଷୀକୁ କଡ଼ା ଶାସ୍ତି ଦିଆଯାଉ ବୋଲି ଦାବି କରିଥିଲେ।

ସେଦିନ ରଞ୍ଜିତା କୁଣ୍ଡୁ ଗଣମାଧ୍ୟମକୁ କହିଥିଲେ ଯେ ତାଙ୍କ ସ୍ୱାମୀ ଓ ନଣଦ ମିଶି ତାଙ୍କ କିଡ୍‌ନୀ ବିକ୍ରି କରି ଦେଇଛନ୍ତି। ତାଙ୍କ ପେଟରେ ପଥର ହୋଇଥିଲା। ରକ୍ତ ପରୀକ୍ଷା କରିବାକୁ କହି ତାଙ୍କୁ ଭୁବନେଶ୍ୱର ନିଆଯାଇଥିଲା। ସେଠାରେ ଅପରେସନ୍ କରି ଏକ କିଡ୍‌ନୀ କଢ଼ା ଯାଇଥିଲା। ହୋସ୍ ଆସିବା ପରେ ସେ ଜାଣିପାରିଲେ ଯେ ତାଙ୍କର ଏକ କିଡ୍‌ନୀ ନାହିଁ। ଏହା ପରେ ଟେଷ୍ଟ୍ ମଧ୍ୟ କରାଇଥିଲେ। ଟେଷ୍ଟରୁ ଜଣାପଡ଼ିଥିଲା ଯେ ତାଙ୍କର ଗୋଟିଏ କିଡ୍‌ନୀ ନାହିଁ।

nis-ad
Leave A Reply

Your email address will not be published.