ପ୍ରଫେସର ରବୀନ୍ଦ୍ର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ

ଭୁବନେଶ୍ୱର: ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ନୂଆ କୁଳପତି ନିଯୁକ୍ତ ହୋଇଛି। ରାଜ୍ୟପାଳ ତଥା କୁଳାଧିପତି ପ୍ରଫେସର ଗଣେଶୀ ଲାଲ୍‌ ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି।

ପ୍ରଫେସର ଶ୍ରୀ ପଣ୍ଡା ୪ ବର୍ଷ ପାଇଁ ଶ୍ରୀଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର କୁଳପତି ଭାବେ ନିଯୁକ୍ତି ପାଇଛନ୍ତି। ସେ ଯେଉଁ ଦିନ ଠାରୁ ଦାୟିତ୍ୱ ଗ୍ରହଣ କରିବେ ସେହି ଦିନଠାରୁ ଏହି ଅବଧିକୁ ଗଣନା କରାଯିବ।

ପ୍ରଫେସର ରବୀନ୍ଦ୍ର କୁମାର ପଣ୍ଡା ଏବେ ବରୋଦା ସ୍ଥିତ ମହାରାଜା ସାୟାଜୀରାଓ ବିଶ୍ୱବିଦ୍ୟାଳୟରେ କାର୍ଯ୍ୟ କରୁଛନ୍ତି। ତାଙ୍କ ପାଖରେ ୨୯ ବର୍ଷର ଶିକ୍ଷାଦାନ ଅଭିଜ୍ଞତା ରହିଛି। ସେ ୪୫ଟି ପୁସ୍ତକ ରଚନା କରିଛନ୍ତି। ତାଙ୍କ ମାର୍ଗଦର୍ଶନରେ ୧୦ ଜଣ ପିଏଚ୍‌ଡି ହାସଲ କରିଛନ୍ତି।

nis-ad
Leave A Reply

Your email address will not be published.