ଅସହାୟ ଙ୍କୁ ସାହା ହେଲା ପ୍ରଶାସନ, ପ୍ରେସକ୍ଳବ ହିଞ୍ଜିଳିକାଟୁ କୁ ଦେଲେ ଧନ୍ୟବାଦ

ହିଞ୍ଜିଳିକାଟୁ (୪।୯) : ହିଞ୍ଜିଳିକାଟୁ ବସ ଟର୍ମିନାଲ ପରିଷରରେ ଜୈନିକ ଵୂଦ୍ଧା ମୁର୍ମୁଷ ଅଵସ୍ତାରେ ପଡି ରହିଥିଲେ । ଏ ନେଇ ସୋସିଆଲ ମିଡିଆରେ ଭାଇରଲ ହୋଇ ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ଚିକିତ୍ସା ନିମନ୍ତେ ସୋସିଆଲ ମିଡିଆରେ ଦାଵି ହୋଇଥିଲା ।ଭାଇରାଲ ପରେ ହିଞ୍ଜିଳି ପୋଲିସ ତତ୍ପର ଦେଖାଇ ବୃଦ୍ଧାଙ୍କୁ ହିଞ୍ଜିଳି ଉପଖଣ୍ଡ ଚିକିତ୍ସାଳୟରେ ୧୦୮ ଆମ୍ବୁଲାନ୍ସ ଯୋଗେ ଭର୍ତି କରାଇଥିଲେ ।

ବୃଦ୍ଧା ଜଣକ ହେଲେ ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ ବ୍ଳକ ଧନନ୍ତର ପଚାଁୟତ କେ ନୂଆଗଡ ଗ୍ରାମର କାଶୀନାଥ ମଲ୍ଲିକ ୭୦ ।ତିନି ଦିନ ହେଲା ହିଞ୍ଜିଳିକାଟୁ ପୌରପରିଷଦ ଵସ ଟର୍ମିନାଲ ପରିସରରେ ଅସହାୟ ମୁର୍ମୁଷ ଅବସ୍ଥାରେ ପଡିରହିଥିଲେ । ପୁଅ ବୋହୂ ତଡି ଦେବା ପରେ ଭିକ ମାଗି ଚଳୁଥିଲେ ଓ ଖରା ବର୍ଷା ସହ କାକର ରେ ବସଷ୍ଟାଣ୍ଡ ଓ ଗଛ ମୁଳେ ଜୀବନ ବିତାଇ ଆସୁଛନ୍ତି। ତିନିଦିନ ହେବ ନ ଖାଇ ନ ପିଇ ରୋଗ ଗ୍ରସ୍ତ ହୋଇ ମୁର୍ମୁଷ ଅବସ୍ଥାରେ ବସଷ୍ଟାଣ୍ଡ ପରିଷରରେ ଭାଗ୍ୟକୁ ଆଦରି ଅସହାୟହୋଇ ପଡି ରହିଥିଲେ। ଭାଗ୍ୟକୁ ଆଦରି ପଡି ରହିଥିବା ଅସହାୟ ଵୃଦ୍ଧାଙ୍କ ଏ ଅବସ୍ଥାକୁ ନେଇ ‘ହିଞ୍ଜିଳିକାଟୁ ପ୍ରେସକ୍ଳବ ପକ୍ଷରୁ ସୋସିଆଲ ଖବର ପ୍ରସାରଣ ହୋଇଥିଲା। ଖବର ମାଧ୍ୟମରେ ସାଧାରଣ ଲୋକେ ପ୍ରଶାସନ ନିକଟରେ ଗୁହାରି ଜଣାଇଥିଲେ। ଖବର ପ୍ରସାରଣ ପରେ ହିଞ୍ଜିଳି ପୋଲିସ ପ୍ରସାଶନ ତରଫରୁ ପଦକ୍ଷେପ ନିଆଯାଇଥିଲା। ଆଜି ହିଞ୍ଜିଳି ଥାନା ଅଧିକାରୀ ଅଭିମନ୍ୟୁ ଦାସଙ୍କ ନେତୃତ୍ୱରେ ସରୋଜ କୁମାର ରଣସିଂ ଓ ଟିମ ଘଟଣା ସ୍ଥଳରେ ପହଞ୍ଚି ଵୃଦ୍ଧାଙ୍କୁ ତାଙ୍କର ସ୍ବାସ୍ଥ୍ୟବସ୍ଥା ସମ୍ପର୍କ ରେ ବୁଝିବା ସହିତ ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ତେବେଏ ମହତ କାର୍ଯ୍ୟ ପାଇଁ ହିଞ୍ଜିଳିକାଟୁ ଅଚଂଳର ବୁଦ୍ଧିଯିଵି ଙ୍କ ସହ ଜନସାଧାରଣ ପ୍ରେସକ୍ଳଵ କୁ କୃତଜ୍ଞତା ଜଣାଇବା ସହିତ ପୋଲିସ ପ୍ରଶାସନ ଓ ଥାନା ଅଧିକାରୀ ଙ୍କୁ ସାଧୁବାଦ ଜଣାଇଛନ୍ତି।

nis-ad
Leave A Reply

Your email address will not be published.