ବଜରଙ୍ଗ ଅଟୋ ୟୁନିୟନର ସଭାପତିଙ୍କ ମନମୁଖୀ କାର୍ଯ୍ୟକୁ ବିରୋଧ କରି ଏକାଠି ହେଲେ ୧୦୦ରୁ ଉର୍ଦ୍ଧ ଅଟୋଚାଳକ

ମାଲକାନଗିରି : ମାଲକାନଗିରି ଜିଲ୍ଲାରେ ପ୍ରାୟ ୫୦୦ରୁ ଉର୍ଦ୍ଧ୍ବ ଅଟୋ ରହିଥିବା ବେଳେ ପ୍ରାୟ ୨୦ବର୍ଷ ରୁ ଉର୍ଦ୍ଧ ହେବ ମାଲକାନଗିରି ଠାରେ ଜୟ ବଜରଙ୍ଗ ନାମରେ ଏକ ଅଟୋ ୟୁନିୟନ ଗଠନ କରାଯାଇ ଥିଲା । ଏହି ୟୁନିୟନରେ ନିୟମିତ ସଭ୍ୟ ଙ୍କୁ ନେଇ ମାସିକ ବୈଠକ ଏବଂ ସଭ୍ୟଚାନ୍ଦା ସଂଗ୍ରହ କରାଯାଉଥିଲା । ନୂତନ ଅଟୋପାଇଁ ରେଜିଷ୍ଟ୍ରେସନ ଫି ବାବଦରେ ମଧ୍ୟ ଅର୍ଥ ଆଦାୟ କରାଯାଉଥିବା ସୂଚନା ମିଳିଛି । ବହୁବର୍ଷ ଧରି ଉକ୍ତ ୟୁନିୟନ ରେ ହେଉଥିବା ଚଞ୍ଚକତା,ଦୁର୍ନୀତି ଓ ସଭାପତି ହିସାବ ନଦେବା ଇତ୍ୟାଦି କୁ ନେଇ ଆଜି ମାଲକାନଗିରି ହାଟପଦା ନିକଟରେ ପ୍ରାୟ ୧୦୦ ଅଟୋ ଏକାଠି ହୋଇ ଏକ ନୂତନ ୟୁନିୟନ ଗଠନ କରିବାକୁ ନେଇ ସମସ୍ତ ଙ୍କ ମଧ୍ୟରେ ସହମତି ହୋଇଥିଲା । ବର୍ତ୍ତମାନ ସମୟରେ ନବଗଠିତ ୟୁନିୟନ ର ସଭାପତି ଭାବେ ରୋହିତ ପଲ୍ଲେଇ ଉପ ସଭାପତି ଭାବେ ବାବୁଲା ବେହେରା ଏବଂ ସମ୍ପାଦକ ଭାବେ ଘେନୁଆ ଦନ୍ତାକଲା ଙ୍କୁ ସର୍ବସମ୍ମତି କ୍ରମେ ନିର୍ବାଚିତ କରାଯାଇଥିବା ବେଳେ ଆଗାମୀ ଦିନରେ ନୂତନ କାର୍ଯ୍ୟ ପନ୍ଥା ସ୍ଥିର କରିବାକୁ ନିର୍ଣ୍ଣୟ ନିଆଯାଇଛି ।

nis-ad
Leave A Reply

Your email address will not be published.