ଗାଁ ନଦୀରେ ଗାଧୋଇବା ସମୟରେ ଅଘଟଣ, ଭାସିଗଲେ ଜଣେ ବ୍ୟକ୍ତି


ଉମରକୋଟ : ଗାଁ ପାଖ ନଦୀରେ ଗାଧୋଇବା ସମୟରେ ଏକ ଅଘଟଣ ଘଟି ଯାଇଛି | ଏହି ଘଟଣାରେ ତୋହରା ପଞ୍ଚାୟତର ଜବିପାରା ଗାଁ ରେ ଶୋକର ଛାୟା ଖେଳି ଯାଇଛି | ସୂଚନା ଅନୁଯାୟୀ, ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ବ୍ଲକ ତୋହରା ପଞ୍ଚାୟତର ଜବିପାରା ଗ୍ରାମର ମାନସିଂ ମାଝୀ ପିତା ଅଭିରାମ ମାଝୀ ଆନୁମାନିକ ବୟସ 56 ବର୍ଷ ଗାଁ ପାଖ ମଦନଝୋରୀ ନଦୀରେ ସବୁ ଦିନ ପରି ଆଜି 12 ଟା ସମୟରେ ଗାଧୋଇବାକୁ ନଦୀକୁ ଯାଇଥିଲେ | କିନ୍ତ ନଦୀରେ ଗାଧୋଇବା ସମୟରେ ବର୍ଷା ଯୋଗୁଁ ନଦୀର ଉପର ପଟରୁ ପାଣି ଏତେ ଜୋର ରେ ମାଡ଼ି ଆସିଲା ଯେ ମାନସିଂ ମାଝୀ ନିଜର ଭାରସମ୍ୟ ହରାଇ ପାଣିରେ ଭାସିଗଲେ | ଏହା ଦେଖି ବିଲରେ କାମ କରିବା ଲୋକ ମାନେ ଉଦ୍ଧାର କରିବା ପାଇଁ ଶତଚେଷ୍ଟା କଲେ ମଧ୍ୟ ଉଦ୍ଧାର କରି ପାରିଲେ ନାହିଁ କାହିଁକିନା ପାଣିର ବେଗ ଏତେ ପ୍ରଖର ଥିଲା ଯେ ଡରିକି କେହି ସାହସ କରି ପାଣି ଭିତରକୁ ଯାଇପାରିଲେ ନାହିଁ | ଏହି ଘଟଣା ପରେ ଉପସ୍ଥିତ ଲୋକ ମାନେ ଅଗ୍ନିଶମ ବିଭାଗ କୁ ସୂଚିତ କରିଥିଲେ | ଏହି ଖବର ପାଇ ଉମରକୋଟ ଅଗ୍ନିଶମ ବିଭାଗ ସଙ୍ଗେ ସଙ୍ଗେ ଆସି ଉଦ୍ଧାର କାର୍ଯ୍ୟରେ ଲାଗିଥିବା ଦେଖିବାକୁ ମିଳିଥିଲା l ଖବର ଅନୁଯାୟୀ ଏ ପର୍ଯ୍ୟନ୍ତ ମାନସିଂ ମାଝିର କୌଣସି ସନ୍ଧାନ ଅଗ୍ନିଶମ ବିଭାଗ ପାଇ ନାହାନ୍ତି, ମାନସିଂ ମାଝୀ ଜଣେ ଗାଁ ର ଜଣାସୁଣା ପରଉପକାରୀ ଓ ମହତ ବ୍ୟକ୍ତି ଥିବାରୁ ତୋହରା ପଞ୍ଚାୟତର ଜବିପାରା ଗ୍ରାମରେ ଏହି ପରି ଜଣେ ମହତ ବ୍ୟକ୍ତିଙ୍କୁ ହରାଇ ସମବେଦନା କରିବା ସହିତ ଗାଁରେ ଦୁଃଖର ଛାୟା ଖେଳି ଯାଇଛି l

nis-ad
Leave A Reply

Your email address will not be published.