ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି

ଭୁବନେଶ୍ୱର: ଟିକା ପାଇଁ ବାଜିଲା ସ୍ବାସ୍ଥ୍ୟ ବିଭାଗର ଘଣ୍ଟି । ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ ଦେଇଛନ୍ତି ଗୁରୁତ୍ଵପୂର୍ଣ୍ଣ ସୂଚନା । ତାଙ୍କ କହିବା ମୁତାବକ, ସେପ୍ଟେମ୍ବର ୩୦ରେ ସରୁଛି ମାଗଣା ଟିକାର ଅବଧି । ମାଗଣା ଟିକାର ଅବଧି ଆଉ ମାତ୍ର ୨୭ ଦିନ ରହିଲା ।

ତେବେ ୬ ଜିଲ୍ଲାରେ ଟିକା ନେବାକୁ ଆଗ୍ରହୀ ନୁହନ୍ତି ଲୋକେ । ୬ ଜିଲ୍ଲା- ଖୋର୍ଦ୍ଧା, କଟକ, ଜଗତସିଂହପୁର, ଅନୁଗୁଳ । ପୁରୀ, ସୁନ୍ଦରଗଡ଼ରେ ବି ଟିକା ନେବାକୁ ଆଗ୍ରହୀ ନୁହନ୍ତି ଲୋକେ.। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

ଅନ୍ୟପଟେ ତୁରନ୍ତ ଟିକା ନେବାକୁ ସମସ୍ତଙ୍କୁ ଅପିଲ କରିଛି ସ୍ବାସ୍ଥ୍ୟ ବିଭାଗ । ରାଜ୍ୟର ୭୫ ଭାଗ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ୨ କୋଟି ୪୦ ଲକ୍ଷ ଲୋକ ନେଇ ନାହାନ୍ତି ପ୍ରିକସନ ଡୋଜ । ସୂଚନା ମୁତାବକ ୮୦,୯୦,୩୮୬ ଜଣ ନେଇଛନ୍ତି ପ୍ରିକସନ ଡୋଜ । ଦ୍ବିତୀୟ ଡୋଜ ନେଇନାହାନ୍ତି ୨୩ ଲକ୍ଷ ୩୨ ହଜାର ଲୋକ ।

nis-ad
Leave A Reply

Your email address will not be published.