କଞ୍ଚାଲଙ୍କାର ୱେବ୍‌ସିରିଜ୍‌ ”ଓଖା ଏକ୍ସପ୍ରେସ” ପାଇଁ ବିବାଦ; ପ୍ରମୋ ପ୍ରଦର୍ଶନ ବେଳେ ବିରୋଧ କଲେ ମେୟର

ବ୍ରହ୍ମପୁର : କଞ୍ଚାଲଙ୍କା ପକ୍ଷରୁ ଚଳଚ୍ଚିତ୍ର ‘ଓଖା ଏକ୍ସପ୍ରେସ’ ପ୍ରିମିୟର ବେଳେ ଅଶ୍ଳୀଳ ଭାଷା ପ୍ରୟୋଗକୁ ବିରୋଧ କଲେ ମେୟର। ସମସ୍ତ ଅତିଥି କଲେ ପ୍ରିମିୟର ବର୍ଜନ। କଞ୍ଚାଲଙ୍କା ନାମକ ଓଟିଟି ପ୍ଲାଟଫର୍ମରେ ଓଖା ଏକ୍ସପ୍ରେସ୍‌ ନାମକ ଏକ ୱେବ ସିରିଜ୍‌ର ପ୍ରିମିୟର ପାଇଁ ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ।

ଏହି ଚଳଚ୍ଚିତ୍ର ପ୍ରମୋ ପ୍ରଦର୍ଶନ ବେଳେ ଏଥିରେ ବ୍ୟାପକ ଅଶ୍ଳୀଳ ଭାଷାର ବ୍ୟବହାର ମେୟରଙ୍କୁ ବ୍ୟଥିତ କରିଥିଲା। ଏହାସହିତ ବ୍ରହ୍ମପୁର ମେୟରଙ୍କ ଉପସ୍ଥିତିରେ ଏଭଳି ଅଶ୍ଳୀଳତା ପ୍ରଦର୍ଶନକୁ ଅତିଥି ଭାବରେ ଯୋଗ ଦେଇଥିବା ହୃଷିକେଶ ପାଣିଗ୍ରାହୀ ପ୍ରତିବାଦ କରିଥିଲେ।

ପରେ ସେଠାରେ ଉପସ୍ଥିତ ଥିଲା ସମସ୍ତ ଦର୍ଶକ ଅଶ୍ଳୀଳତାକୁ ବିରୋଧ କରିବା ସହିତ ମହିଳା ମେୟରଙ୍କୁ ଅତିଥି ଭାବେ ଡାକି ତାଙ୍କ ଆଗରେ ଏଭଳି ଅଶ୍ଳୀଳ ଭାଷା ସମ୍ବଳିତ ପ୍ରମୋ ପ୍ରଦର୍ଶନର ପ୍ରତିବାଦ କରି ପ୍ରିମିୟର ବର୍ଜନ କରିଥିଲେ। ଗଞ୍ଜାମ ଭାଷା ନାଁରେ କେବଳ ଅଶ୍ଳୀଳ ଭାଷା ପ୍ରୟୋଗକୁ ବିଭିନ୍ନ ମହଲରେ ନିନ୍ଦା କରାଯିବା ସହ କ୍ଷୋଭ ପ୍ରକଟ କରାଯାଇଥିଲା। ତେବେ ପ୍ରିମିୟନ ପାଇଁ ଏଡିଟିଂ ହୋଇଥିବା ପ୍ରମୋ ବଦଳରେ ଭୁଲରେ ଆଉ ଏକ କଟ୍‌ ପ୍ରଦର୍ଶିତ ହୋଇଥିଲା ବୋଲି କଞ୍ଚାଲଙ୍କାର କର୍ମକର୍ତ୍ତାମାନେ ସଫେଇ ଦେଇଛନ୍ତି। ଏହି ଅବସରରେ ସେଠାରେ ଉପସ୍ଥିତ ଥିବା କଞ୍ଚାଲଙ୍କାର ସହ ପ୍ରତିଷ୍ଠାତା ଓ ଅଧ୍ୟକ୍ଷ ଅକ୍ଷୟ କୁମାର ପରିଜା, ବିଭୂ ପ୍ରସାଦ ରଥ, ଓଖା ଏକ୍ସପ୍ରେସ୍ର ରଚୟିତା, ନିର୍ଦ୍ଦଶେକ ଶ୍ରୀକାନ୍ତ ଗୌତମଙ୍କ ସହିତ କିଛି କଳାକାର ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.