ଗୁଜୁରାଟରେ ପଥଚାରୀଙ୍କୁ ଧକ୍କା ଦେଲା କାର୍, ୬ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଗୁଜୁରାଟର ଅରବଲ୍ଲୀ ଜିଲ୍ଲାରେ ମଙ୍ଗଳବାର ଏକ ବଡ଼ ଧରଣର ସଡ଼କ ଦୁର୍ଘଟଣା ଘଟିଛି । ଏକ କାର୍ ଦ୍ରୁତଗତିରେ ଆସି ପଥଚାରୀଙ୍କୁ ଧକ୍କା ଦେଇଥିଲା । ଫଳରେ ଏହି ଦୁର୍ଘଟଣାରେ ୬ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ ଆହତ ହୋଇଛନ୍ତି ।

ସୂଚନା ଅନୁଯାୟୀ ଏହି ଦୁର୍ଘଟଣା ଅରବଲ୍ଲୀ ମାଲପୁରର କୃଷ୍ଣାପୁର ନିକଟରେ ହୋଇଛି । ଦୁର୍ଘଟଣାରେ ଆହତ ଲୋକଙ୍କୁ ତୁରନ୍ତ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଦୁର୍ଘଟଣାର ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା ଏବଂ ପ୍ରଥମେ ଆହତମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ମାତ୍ର ଘଟଣାସ୍ଥଳରେ ହିଁ ୬ଜଣ ମୃତ୍ୟୁ ହୋଇଛି । ମୃତକଙ୍କ ପରିଚୟ ଖୋଜା ଚାଲିଛି ।

nis-ad
Leave A Reply

Your email address will not be published.