ଯୁବ ବିଜୁ ଜନତା ଦଳର ତରଫରୁ ନବନିର୍ବାଚିତ ସଭାପତିଙ୍କୁ ସମ୍ବର୍ଦ୍ଧନା…

ମାଲକାନଗିରି : ମାଲକାନଗିରି ଜିଲ୍ଲା ଯୁବ ବିଜୁ ଜନତା ଦଳର ସଭାପତି ରୂପେ ଚୟନ ହୋଇଥିବା ଆଡମା ରାବାଙ୍କୁ ଆଜି ଜିଲ୍ଲା ଯୁବ ଓ ଛାତ୍ର ବିଜୁ ଜନତା ଦଳ ପକ୍ଷରୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ପୂର୍ବରୁ ମଧ୍ୟ ଶ୍ରୀ ରାବା ଏହି ପଦବୀରେ ରହିଥିବା ବେଳେ ସେ ନିଜ ଦାଇତ୍ଵର ସୁପରିଚାଳନା ଓ ଦଳକୁ ସୁଦୃଢ କରିବା ସହ ଲୋକଙ୍କ ପ୍ରିୟ ଭାଜନ ହୋଇ ପାରିଥିବାରୁ ପୁଣିଥରେ ତାଙ୍କୁ ଏହି ଦାଇତ୍ଵ ଦେଇଛନ୍ତି ବିଜୁ ଜନତା ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ଯାହାପରେ ଜିଲ୍ଲାର ଦଳୀୟ କର୍ମୀଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଥିଲା । ତେବେ ଏହି ଅବସରରେ ଶ୍ରୀ ରାବାଙ୍କୁ ଆଜି ଶତାଧିକ ଦଳୀୟ କର୍ମୀ ଓ ନେତୃ ମଣ୍ଡଳୀ ସର୍କିଟ ହାଉସ ପରିସରରେ ପୁସ୍ପ୍ପଗୁଚ୍ଛ ଓ ଉପଢୌକନ ଦେଇ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ଅବସରରେ ଶ୍ରୀ ରାବା ଦଳକୁ ଆହୁରି ସୁଦୃଢ କରିବା ସହ ଲୋକଙ୍କ ନିକଟରେ ପହଞ୍ଚି କାର୍ଯ୍ୟ କରିବା ପାଇଁ ସମସ୍ତଙ୍କୁ ଗୁରୁମନ୍ତ୍ର ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ଅଧକ୍ଷ୍ୟା ଶମାରୀ ତାଙ୍ଗୁଲ, ରାଜ୍ୟ ଯୁବ ଜନତା ଦଳର ସମ୍ପାଦକ ରବି ରାଜେସ, ପୌର ପରିଷଦ ଯୁବ ସଭାପତି ରାଜୀବ ଲୋଚନ ସୀସା, ପୌର ପରିଷଦ ଛାତ୍ର ସଭାପତି ରଜୁ ରାଓ, ଜିଲ୍ଲା ଯୁବ ଜନତା ଦଳର ଉପ ସଭାପତି କାଣ୍ଟେସ୍ଵର ପାଟଲା, ଜିଲ୍ଲା ଯୁବ ଜନତା ଦଳର ସାଧାରଣ ସମ୍ପାଦକ ବଲରାମ ଭଞ୍ଜ ଓ ବିନୋଦ ଦେଶିଆ ନାଏକ, ଯୁବ ଜନତା ଦଳର ମିଡିଆ ସଂଯୋଜକ ମନୋଜ ପଟ୍ଟନାୟକ, ଛାତ୍ର ଜନତା ଦଳର ମିଡିଆ ସଂଯୋଜକ ସୁନିଲ ସାହୁ, ଯୁବ ନେତା ପ୍ରଫୁଲ ହରିଜନ, ସୁବ୍ରତ ଦାସ, ମୁନା ଖୋସଲା, ଉମେଶ ଗୁପ୍ତା ପ୍ରମୁଖ ଉପସ୍ଥତି ଥିବା ବେଳେ ଅନେକ ଦଳୀୟ କର୍ମୀ, ସମସ୍ତ ବ୍ଲକ ଓ ନଗରର ଯୁବ ଏବଂ ଛାତ୍ର ସଭାପତି, ଦଳୀୟ ନେତୃ ମଣ୍ଡଳୀ ପ୍ରମୁଖ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.