ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା, କାରଣ ଅସ୍ପଷ୍ଟ…


ଫୁଲବାଣୀ:- ମହିଳା ପୋଲିସ ଏସ୍ଆଇ ସ୍ଵାଗତିକା ବେହେରାଙ୍କ ଆତ୍ମହତ୍ୟା ।ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଜି.ଉଦୟଗିରି ଥାନାରେ । ଆଜି ସକାଳେ ଜି .ଉଦୟଗିରି ଥାନାରେ କାର୍ଯ୍ୟରତ ପୋଲିସ୍ ଏସ୍ଆଇ ସ୍ୱାଗତିକା ବେହେରା ରହୁଥିବା ସରକାରୀ ବାସଭବନରେ ନିଜ ବେକରେ ଓଢ଼ଣୀ ଲଗେଇ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି । ସେପଟେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ଘଟଣାସ୍ଥଳରେ ଆଇଆଇସି ରେବତୀ ଶବର,ଏସଡିପିଓ ଡି.ତିରୁପତି ରାଓ ପଟ୍ଟନାୟକ ଏବଂ ଅନ୍ୟ ପୋଲିସ୍ କର୍ମଚାରୀ ପହଞ୍ଚି ଝୁଲନ୍ତା ଅବସ୍ଥାରେ ମୃତ ମହିଳା ଏସ୍ଆଇଙ୍କ ଶବ ଉଦ୍ଧାର କରିବା ସହ ବ୍ୟବଛେଦ ନିମନ୍ତେ ଘୁ.ଉଦୟଗିରି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ପଠାଇଛନ୍ତି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି

ନଥିବାବେଳେ କେଉଁ କାରଣରୁ ମହିଳା ପୋଲିସ୍ ଏସ୍ଆଇ ଆତ୍ମହତ୍ୟା କରିବାକୁ ବାଧ୍ୟ ହେଲେ ତାହା ସନ୍ଦେହ ଘେରରେ ରହିଛି । ଅନ୍ୟପଟେ ମହିଳା ପୋଲିସ ଏସ୍ଆଇଙ୍କ ଆତ୍ମହତ୍ୟା ଘଟଣା ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ମୃତ ଏସ. ଆଇ ଖୋର୍ଦ୍ଧା ଜିଲ୍ଲା ର ନିରାକାରପୁର ବୋଲି ସୂଚନା ରହିଛି ! ପରିବାର ଲୋକେ ଜି. ଉଦୟଗିରି ପହଞ୍ଚିଲେ ଶବ ବ୍ୟବଚ୍ଛେଦ ହେବ ଏବଂ ଦୁର୍ଘଟଣାର କାରଣ ପଦାକୁ ଆସିବ ! ଅତ୍ୟଧିକ କାର୍ଯ୍ୟଭାର ଯୋଗୁଁ ଏପରି ଦୁର୍ଘଟଣା ଘଟିଥିବା ସାଧାରଣ ରେ ଚର୍ଚ୍ଚା ହେଉଛି !

nis-ad
Leave A Reply

Your email address will not be published.