ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ମୋଙ୍ଗୋଲିଆ ଓ ଜାପାନ ଗସ୍ତ

ନୂଆଦିଲ୍ଲୀ : ସୀମାରେ ଉତ୍ତେଜନା ମଧ୍ୟରେ ଚୀନ୍‌ ଅନ୍ୟ ଦେଶ ସହ ଭାରତର ସମ୍ପର୍କ ଉପରେ ତୀକ୍ଷ୍ଣ ନଜର ରଖିଛି । ଏହି ପର୍ଯ୍ୟାୟରେ ସେ ମୋଙ୍ଗୋଲିଆ ଏବଂ ଜାପାନ ଗସ୍ତରେ ଯାଉଥିବା ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ପଦକ୍ଷେପ ଉପରେ ନଜର ରଖିବେ । ଚୀନ୍‌ରୁ ଆସୁଥିବା ବିବୃତ୍ତିରୁ ଏହା ସ୍ପଷ୍ଟ ହୋଇଛି ଯେ ଭାରତ ଏବଂ ଜାପାନ ମଧ୍ୟରେ ବଢୁଥିବା ବନ୍ଧୁତାକୁ ଚୀନ ସମର୍ଥନ କରୁନାହିଁ ।

ଭାରତ ଏବଂ ଜାପାନ ମଧ୍ୟରେ ଦୁଇଟି ଆଲୋଚନା ୮ ସେପ୍ଟେମ୍ବରରେ ହେବାକୁ ଯାଉଛି । ଏଥିରେ ଭାରତ ଏବଂ ଜାପାନର ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀମାନେ ଯୋଗଦେବେ । ଏହାପୂର୍ବରୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଦୁଇ ଦିନିଆ ମଙ୍ଗୋଲିଆ ଗସ୍ତରେ ଯାଉଛନ୍ତି । ସେପ୍ଟେମ୍ବର ୬ରେ ହେବାକୁ ଥିବା ଏହି ବୈଠକରେ ରାଜନାଥ ସିଂ ସେଠାରେ ରାଷ୍ଟ୍ରପତିଙ୍କୁ ଭେଟିବେ । ଭାରତ ପ୍ରତିରକ୍ଷା ମନ୍ତ୍ରୀଙ୍କ ଜାପାନ ଗସ୍ତ ପୂର୍ବରୁ ଚୀନ୍‌ ଗଣମାଧ୍ୟମ ମଧ୍ୟ ଏକ ବିବୃତ୍ତି ଜାରି କରିଛି ।

ଏଥିରେ କୁହାଯାଇଛି ଯେ ଏହି ଦୁଇ ଦେଶ ଏକ ଉଚ୍ଚସ୍ତରୀୟ ବୈଠକରେ କୌଣସି ତୃତୀୟ ଦେଶକୁ ଟାର୍ଗେଟ କରିବା ଉଚିତ୍‌ ନୁହେଁ । ଚାଇନାର ଜଣେ ପର୍ଯ୍ୟବେକ୍ଷକ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତ ଏବଂ ଜାପାନ ନିକଟତର ହୋଇଛନ୍ତି । ବିଶେଷକରି ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ କାର୍ଯ୍ୟକାଳ ସମୟରେ ଏହା ଦେଖିବାକୁ ମିଳିଥିଲା । ଏହା ପଛର କାରଣ ଏହି ଅଂଚଳରେ ଚୀନର ଶାନ୍ତିପୂର୍ଣ୍ଣ ବିକାଶକୁ ବନ୍ଦ କରିବାର ଉଦ୍ଦେଶ୍ୟ ହୋଇପାରେ । ଏଥିସହ ସିଙ୍ଗହୁଆ ବିଶ୍ୱବିଦ୍ୟାଳୟର ଜାତୀୟ ପ୍ରତିଷ୍ଠାନର ଅନୁସନ୍ଧାନ ବିଭାଗର ନିର୍ଦ୍ଦେଶକ କ୍ୱାନ ଫେଙ୍ଗ କହିଛନ୍ତି ଯେ ସୀମାରେ ଦୁଇ ଦେଶ ମଧ୍ୟରେ ତିକ୍ତତା ପରେ ଭାରତର କିଛି ସଂକୀର୍ଣ୍ଣ ବ୍ୟକ୍ତି ଚୀନ୍‌କୁ ସୁରକ୍ଷା ପାଇଁ ଏକ ଆହ୍ୱାନ ବୋଲି ବିବେଚନା କରୁଛନ୍ତି । ସେ କହିଛନ୍ତି ଯେ ଏହିରି ଭାରତୀୟମାନେ ଆମେରିକା ଏବଂ ଜାପାନ ସହ ବନ୍ଧୁତାକୁ ପ୍ରୋତ୍ସାହିତ କରନ୍ତି । ଏହା ପଛରେ ସେମାନଙ୍କର ଉଦ୍ଦେଶ୍ୟ ହେଉଛି ଚାଇନାକୁ ନିୟନ୍ତ୍ରଣ କରିବା । ଚୀନ୍‌ ଏ ବିଷୟରେ ସତର୍କ ହେବା ଉଚିତ୍‌ । ମୋଙ୍ଗୋଲିଆର ବୃହତ୍ତମ ବିଶୋଧନାଗାର ୧.୨ ବିଲିୟନ ଡ଼ଲାରରେ ନିର୍ମିତ ହେଉଛି ।

୨୦୨୫ ସୁଦ୍ଧା ଏହି ବିଶୋଧନାଗାର ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ରାଜନାଥ ସିଂ ସେପ୍ଟେମ୍ବରର ୬ରେ ଏକ ସାଇବର ସୁରକ୍ଷା କେନ୍ଦ୍ରର ଉଦଘାଟନ କରିବେ । ଏହି ସାଇବର ସୁରକ୍ଷା କେନ୍ଦ୍ର ନିର୍ମାଣରେ ଭାରତ ମୋଙ୍ଗୋଲିଆର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସାହାଯ୍ୟ କରିଛି । ୨୦୧୫ ରେ ଚୀନ୍‌ ଗସ୍ତ ପରେ ଯେତେବେଳେ ପ୍ରଧାନମନ୍ତ୍ରୀ ମୋଦୀ ମୋଙ୍ଗୋଲିଆରେ ପହଞ୍ଚିଥିଲେ, ସେତେବେଳେ ଏ ସମ୍ପର୍କରେ ଦୁଇ ଦେଶ ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଥିଲା । ଏହି ଚୁକ୍ତି ଅନୁଯାୟୀ, ମୋଙ୍ଗୋଲିଆର ପ୍ରତିରକ୍ଷା ମନ୍ତ୍ରଣାଳୟ ପାଇଁ ଭାରତ ସାଇବର ସୁରକ୍ଷା ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବ । ଏହା ସହିତ ଲୋକଙ୍କୁ ମଧ୍ୟ ଏଥି ।ଇଁ ତାଲିମ ଦିଆଯିବ । ମୋଦୀଙ୍କ ଗସ୍ତ ସମୟରେ ଭାରତ ମୋଙ୍ଗୋଲିଆ ଦ୍ୱିପାକ୍ଷିକ ସମ୍ପର୍କ ଏବଂ ରଣନୀତିକ ଭାଗିଦାରୀକୁ ନେଇ ଆଲୋଚନା ହୋଇଥିଲା । ଭାରତୀୟ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମଧ୍ୟ ମୋଙ୍ଗୋଲିଆର ପ୍ରତିରକ୍ଷା ମନ୍ତ୍ରୀ ଏବଂ ସଂସଦର ବାଚସ୍ପତିଙ୍କୁ ଭେଟିବା କାର୍ଯ୍ୟକ୍ରମ ରହିଛି । ଏହାପରେ ରାଜନାଥ ସିଂ ୭ ସେପ୍ଟେମ୍ବରରେ ଟୋକିଓ ଯିବେ ।

nis-ad
Leave A Reply

Your email address will not be published.