ଅବକାରୀ ଅଧିକାରୀଙ୍କ ତାଲିମ କର୍ମଶାଳା : ବିଭିନ୍ନ ଦିଗ ଉପରେ ତର୍ଜମା…


ଭୁବନେଶ୍ୱର :- ରାଜ୍ୟ ଅବକାରୀ କମିଶନର ଶ୍ରୀ ଆଶିଷ କୁମାର ସିଂହଙ୍କ ନିର୍ଦ୍ଦେଶ କ୍ରମେ ଅବକାରୀ ଆଇନ୍‍ ଉପରେ ଏକ ରାଜ୍ୟସ୍ତରୀୟ କର୍ମଶାଳା ଆଜି ଅବାକରୀ ନିର୍ଦ୍ଦେଶାଳୟ ଦ୍ୱାରା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଅବକରୀ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ ।

କର୍ମଶାଳାରେ ଭୁବନେଶ୍ୱରର ସହକାରୀ ପବ୍ଲିକ ପ୍ରସିକ୍ୟୁଟେର କ୍ଷୀରୋଧ ଚନ୍ଦ୍ର ପଣ୍ଡା, ବିଶ୍ୱରଞ୍ଜନ ରାଉତ ଓ ରାଜେଶ କୁମାର ପୋଥାଳ ଓ ଅବକାରୀ ଉପ ଆୟୁକ୍ତ ରାମଚନ୍ଦ୍ର ମିଶ୍ର ଯୋଗ ଦେଇ ଅନଲାଇନ୍‍ ମାଧ୍ୟମରେ ଅବକାରୀ ନିୟମ ଓ ଆଇନ୍‍ର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ଏଥି ସହିତ ଆଇନ୍‍ ଅନୁଯାୟୀ ଚଢାଉ, ଗିରଫଦାରୀ, ତଦନ୍ତ ଓ ସାକ୍ଷ୍ୟ ପ୍ରଦାନ ଉପରେ ତର୍ଜମା କରିଥିଲେ ।

ଏହି କର୍ମଶାଳାରେ ଯୁଗ୍ମ ଆୟୁକ୍ତ ଶ୍ରୀ ଶରତ ଚନ୍ଦ୍ର ମହାପାତ୍ର ଅଧ୍ୟକ୍ଷତା କରିଥିବାବେଳେ ଉପ ଆୟୁକ୍ତ ଡକ୍ଟର ଦିବ୍ୟ ଲୋଚନ ମହାନ୍ତ, ରଜତ କୁମାର ପ୍ରହରାଜ, ଡମ୍ବରୁଧର ଖଣ୍ଡା, ଦଣ୍ଡପାଣି ବେହେରା ଓ ପରାମର୍ଶଦାତା ଶ୍ରୀ ପ୍ରସନ୍ନ କୁମାର ଆଚର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ ।

ଅବକାରୀ ବିଭାଗକୁ ଅଧିକ ସକ୍ରିୟ କରାଯିବା ସହିତ ମାମଲାର ମାମଲାର ସଠିକ ପରିଚାଳନା, ତ୍ୱରିତ ଫଏସଲା ଓ ଦୋଷୀଙ୍କୁ ଦଣ୍ଡ ପ୍ରଦାନ ପାଇଁ ଅବକାରୀ କମିଶନର ଶ୍ରୀ ସିଂହଙ୍କ ନିର୍ଦ୍ଦେଶକ୍ରମେ ପ୍ରତ୍ୟେକ ମାସରେ ଏଭଳି ତାଲିମ/କର୍ମଶାଳା ହୋଇ ଅବକାରୀ କର୍ମଚାରୀମାନଙ୍କର ଦକ୍ଷତା ବୃଦ୍ଧି କରାଯିବ ବୋଲି ଉପ ଆୟୁ୍‍ତ ଶ୍ରୀ ରାମଚନ୍ଦ୍ର ମିଶ୍ର ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.