ଡମ୍ଫର ଧକ୍କାରେ ପାଞ୍ଚ ଅଟୋ ଆରୋହୀ ଗୁରୁତର : ଉତ୍ୟକ୍ତ ଲୋକଙ୍କ ଦ୍ଵାରା ରାସ୍ତାରୋକ…

ଫୁଲବାଣୀ– କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ବନ୍ଧଗଡ଼ ଗାଁ ନିକଟରେ ଏକ ମାର୍ମନ୍ତୁତ ସଡ଼କ ସଡ଼କ ଦୁର୍ଘଟଣାରେ ପାଞ୍ଚ ଜଣ ଅଟୋ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ସୂଚନା ଅନୁସାରେ ବନ୍ଧଗଡ଼ ଗାଁ ନିକଟସ୍ଥ ବାଲିକ୍ଷେତ ନିକଟରେ ଏଆରଏସଏସ ନାମକ ଏକ ଠିକା ସଂସ୍ଥା ର ଡମ୍ଫର ବାନ୍ଧଗଡ଼ରୁ ସାରଙ୍ଗ ଗଡ଼ ଯାଉଥିବା ଏକ ଅଟୋକୁ ଧକ୍କା ଦେଇ ସାମନା ପଟୁ ଆସୁଥିବା ତ୍ରିଶକ୍ତି ନାମକ ଏକ ଠିକା ସଂସ୍ଥାର ଡମ୍ଫରକୁ ଧକ୍କା ଦେଇଥିଲା ଡମ୍ଫର ଧକ୍କା ରେ ସମ୍ପୃକ୍ତ ଅଟୋଟି ପ୍ରାୟ 20 ଫୁଟ ଦୁରକୁ ଛିଟିକି ପଡ଼ିଥିବା ବେଳେ ଅଟୋରେ ଥିବା ଜଣେ ମହିଳାଙ୍କ ସହ ପାଞ୍ଚ ଜଣ ଅଟୋ ଆରୋହୀ ଗୁରୁତର ଆହତ ହୋଇଛନ୍ତି I ତେବେ ଗୁରୁତର ଆହତ ମାନଙ୍କ ମଧ୍ୟରେ ଚାରି ଜଣ ବନ୍ଧଗଡ଼ ଗାଁର ପ୍ରଦୀପ ବିନ୍ଧାଣି, ସତ୍ୟବାନ ବିନ୍ଧାଣି, ସତ୍ୟନାରାୟଣ ବିନ୍ଧାଣି, ମମତା ବିନ୍ଧାଣି ବୋଲି ଜଣା ପଡ଼ିଥିବା ବେଳେ ଅନ୍ୟଜଣେ କୁତିବାରୀ ଗାଁର ଶାନ୍ତିପାଣି ପ୍ରଧାନ ବୋଳି ଜଣାପଡିଛି I ଆହତ ମାନଙ୍କୁ ପ୍ରଥମେ ଫିରିଙ୍ଗିଆ

ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ଟିମ ହ୍ୟୁମାନୀଟି ସଦସ୍ୟ ସଞ୍ଜୟ ଡିଗାଲ, ଅଜିତ କୁମାର ସାହୁ ଓ ମିଥୁନ ଙ୍କ ସହାୟତାରେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ସ୍ଥାନାନ୍ତର କରାଯାଇଛି I ଅନ୍ୟାପଟେ ଆହତ ମାନଙ୍କୁ କ୍ଷତି ପୂରଣ ଓ ସ୍ଥାନୀୟ ଅଂଚଳରେ ବାରମ୍ବାର ଦୁର୍ଘଟଣା ଘଟୁଥିବାରୁ ରାସ୍ତା ଉପରେ ହମ୍ସ ନିର୍ମାଣ ପାଇଁ ସ୍ଥାନୀୟ ଲୋକେ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି I ଯାହାଫଳରେ ରାସ୍ତାରେ ଦୀର୍ଘ ସମୟ ଧରି ଶତାଧିକ ଗାଡି ଅଟକି ରହିଛି I ଘଟଣା ସ୍ଥଳରେ ଫିରିଙ୍ଗିଆ ଥାନାଧିକାରୀ ପି ଶ୍ୟାମସୁନ୍ଦର ରାଓଙ୍କ ସହ ତାଙ୍କ ଟିମ ଓ ଅତିରିକ୍ତ ତହସିଲଦାର ତପନ ମଲ୍ଲିକ ପହଂଚି ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବାକୁ ଚେଷ୍ଟା କରିଥିଲେ ।

nis-ad
Leave A Reply

Your email address will not be published.