ସ୍ଵସ୍ତି ସାହିତ୍ୟ ସଂସଦ ଆୟୋଜିତ ଆଭାସୀ କାର୍ଯ୍ୟକ୍ରମ

  • ରାଉରକେଲା : ସ୍ଵସ୍ତି ସାହିତ୍ୟ ସଂସଦ ଦ୍ବାରା ଆୟୋଜିତ ଆଭାସୀ ସାରସ୍ୱତ କାର୍ଯ୍ୟକ୍ରମ ସୋମବାର ଓ ମଙ୍ଗଳବାର ଦୁଇ ଦିନ ଧରି ସଂନ୍ଧ୍ୟା ୭.୩୫ମିନିଟ ସମୟରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇ ଯାଇଛି।ଶୀର୍ଷକ ଆଲୋଚନା “ମୋ ଦୃଷ୍ଟିରେ ଵର୍ଷା ଭାବନା”ସଂପର୍କରେ ଏକ ସୁନ୍ଦର ଆଲୋଚନା ରହିଥିବା ଵେଳେ ସହରର ଵହୁ କବିଙ୍କ ଦ୍ଵାରା ଏକ ମନୋଜ୍ଞ ବର୍ଷା କଵିତା ଆସର ହୋଇ ଥିଲା।ଆଲୋଚକ ଭାବେ ଯୋଗ ଦେଇ ଥିଲେ ଉପେନ୍ଦ୍ର ନାଥ ଷଡ଼ଙ୍ଗୀ, ଶର୍ମିଷ୍ଠା କଵିଶତପଥୀ, କବି ସୁକୁମାର ଦାସ, ପାରେଶ୍ଵର ବିଶ୍ଵାଳ, ମୋନାଲିସା ମିଶ୍ର ଓ ଶଙ୍କର ପ୍ରସାଦ ତ୍ରିପାଠୀ । ଉକ୍ତ ଦୁଇ କାର୍ଯ୍ୟକ୍ରମ ରେ କଵି ଡାକ୍ତର କୃପାସିନ୍ଧୁ ନାୟକ,ଡାକ୍ତର ଗୀତାଞଳୀ ପତ୍ରୀ, ବିଜୟଲକ୍ଷ୍ମୀ ପଟ୍ଟନାୟକ, ଅଶୋକ ପଟ୍ଟନାୟକ, ସୁଶାନ୍ତ ନାୟକ, ପ୍ରତାପ ରାୟ, ରଶ୍ମି ସାହୁ, କନକଲତା ମିଶ୍ର, ଵଵି ମହାଳିକ, ବିଜୟିନୀ ଜେନା, ଗୀତାରାଣୀ ଵେହେରା, ରାଜୀଵ ପାଣି, ଅଙ୍ଗୁରଵାଳା ପରିଡ଼ା, ନୃସିଂହ ବିଶ୍ଵାଳ, କିଶୋରୀ ମୋହନ କର, ଗୌତମ ଦାସ,ଜ୍ୟୋସ୍ନା ପାତ୍ର, ନିରୁପମା ପତି,ତ୍ରିଲୋଚନ ସ୍ଵାଇଁ, ସୁଧୀର ମିଶ୍ର ଓ ସ୍ମିତା ମିଶ୍ର ପ୍ରମୁଖ କଵିତା ପଢିଥିବା ଵେଳେ ଗଳ୍ପ କହିଥିଲେ ଲୋପାମୁଦ୍ରା ମହାନ୍ତି ଓ କାଶୀନାଥ ନନ୍ଦୀ।ଏହି ସଭାରେ କାର୍ଯ୍ୟକ୍ରମ ଉପରେ ପୃଷ୍ଠଭାଷ ରଖିଥିଲେ ସ୍ଵସ୍ତିର ଉପ ସଭାପତି ରାଜକୁମାର ମହାନ୍ତି ଓ ଵିଭୁତିଭୂଷଣ ଦାସ ଏବଂ ଧନ୍ୟବାଦ ଦେଇଥିଲେ ସ୍ଵସ୍ତିର ସାହିତ୍ୟ ସଂପାଦିକା ଅଙ୍ଗୁରଵାଳା ପରିଡା ଓ ସମ୍ପାଦକ ରାଜୀଵ ପାଣି।ଏହି ସଭାରେ ଵହୁ ସଂଖ୍ୟକ ସାହିତ୍ୟ ପ୍ରେମୀ ଯୋଗ ଦେଇଥିଲେ।ସେମାନେ ସଵୁ ହେଲେ ଡ.ଅଜୟ ମିଶ୍ର, ଅଜିତ ତ୍ରିପାଠୀ, ଅର୍ଚ୍ଚନା ପାତ୍ର, ଭଜେନ୍ଦ୍ର ସାହୁ, ବିଜୟ ପାତ୍ର, ବିନତା ମହାପାତ୍ର ,ମେଘମାଳା ଦାସ,ପ୍ରଣତି ମହାପାତ୍ର, ପ୍ରତାପ ରାୟ,ସୁଖଲତା ମିଶ୍ର, ସୁମନ ଦତ୍ତ ,ସୁମିତ ନାୟକ ,ମାନସୀ ମହାପାତ୍ର ଓ ଡାକ୍ତର ସୁଶାନ୍ତ ପାଣି ପ୍ରମୁଖ।
nis-ad
Leave A Reply

Your email address will not be published.