ନଳକୂପରୁ ଏକାଠି ବାହାରୁଛି ପାଣି ଓ ନିଆଁ, ସ୍ଥାନୀୟ ଲୋକେ ଚକିତ

ଛତରପୁର: ଏମିତିବି ନିଆଁ ଓ ପାଣିର କୌଣସି ମେଳ ନଥାଏ, କିନ୍ତୁ ମଧ୍ୟ ପ୍ରଦେଶର ଛତରପୁର ଜିଲ୍ଲାରେ ଏକ ଆଶ୍ଚର୍ଯ୍ୟ କରିଦେବା ଭଳି ଭିଡିଓ ସାମନାକୁ ଆସିଛି। ଯେଉଁଠାରେ ଏକ ନଳକୂପରୁ ନିଆଁ ଓ ପାଣି ଉଭୟ ବାହାରୁଛି, ଯାହାକୁ ଦେଖି ଆଖ ପାଖର ଲୋକ ଚିନ୍ତାରେ ପଡି ଯାଇଛନ୍ତି। ଛତରପୁର ଜିଲ୍ଲାର କଛାର ଗାଁରେ ନଳକୂପରୁ ହଠାତ୍‌ ପାଣି ସହିତ ନିଆଁ ଲାଗିଥିଲା।

ଏହାକୁ ଦେଖି ଏହି ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି। ଏହି ସମୟରେ ସେଠାରେ ଥିବା କୌଣସି ବ୍ୟକ୍ତି ଏହାର ଭିଡିଓ ନିଜର ମୋବାଇଲରେ କଏଦ କରିନେଇଥିଲେ ଓ ଭାଇରାଲ କରିଛନ୍ତି। ଏହାପରେ ଭାଇରାଲ ଭିଡିଓକୁ ଦେଖି ସ୍ଥାନୀୟ ପ୍ରଶାସନ ମାମଲାର ତଦନ୍ତରେ ଲାଗି ରହିଛି।

ଅନ୍ୟପକ୍ଷେ ସ୍ଥାନୀୟ ଲୋକ କୁହନ୍ତି ଯେ, ସ୍କୁଲ ପାଖରେ ଲାଗିଥିବା ଏହି ନଳକୂପ ପୁରା ଗାଁର ଶୋଷ ମେଣ୍ଟାଇଥାଏ। ଗାଁରେ ମାତ୍ର ଦୁଇଟି ନଳକୂପ ରହିଛି, ଯେଉଁଥିରେ ଗୋଟିଏ ନଳକୂପରୁ ନିଆଁ ବାହାରୁଛି। ଏହାକୁ ଦେଖି ସବୁ ଲୋକ ଆଶ୍ଚର୍ଯ୍ୟ ହୋଇଛନ୍ତି। ଗାଁ ଲୋକମାନେ ଅଧିକାରୀଙ୍କୁ ଏହି କଥାର ସୂଚନା ଦେଇଛନ୍ତି। ଏଭଳି କାହିଁକି ହେଉଛି ଏଥିପାଇଁ ପ୍ରଶାସନ ମାମଲାର ତଦନ୍ତ କରୁଛି।

ଏହି ମାମଲାରେ ଭୂବିଜ୍ଞାନୀ ପ୍ରଫେସର ଜେପି ସିଂହ କହିଛନ୍ତି, ନଳକୂପରୁ ପାଣି ସହିତ ନିଆଁ ବାହାରିବା କୌଣସି ଚମତ୍କାର ଘଟଣା ନୁହେଁ। ଏହା ହାଇଡ୍ରୋକାର୍ବନ(ମିଥେନ୍) ଗ୍ୟାସ୍‌ ହୋଇଥାଏ। ଯେଉଁଠି ଟାଣୁଆ ମାଟିରେ କୌଣସି ଗଛର ଅବଶେଷ ଜମା ହୋଇଥାଏ ସେଠାରେ ଭୌତିକ-ରାସାୟନିକ ପ୍ରକ୍ରିୟାରୁ ବିଘଟନ ଦ୍ୱାରା ମିଥେନ ଗ୍ୟାସ୍‌ର ନିର୍ମାଣ ହୋଇଥାଏ। ଏହି ଗ୍ୟାସ୍‌ ଗରମ ହେବା ଫଳରେ କିମ୍ବା ଜଳିବା ଫଳରେ ଘନତ୍ବ କମ୍ ହୋଇଥାଏ। ପରିଣାମ ସ୍ବରୂପ ଉପରକୁ ଉଠିଥାଏ ଓ ଭାକ୍ୟୁମ୍ ନିର୍ମିତ ହୋଇଥାଏ। ଯାହାଫଳରେ ଏହି ଗ୍ୟାସ୍‌ ତଳେ ଥିବା ଭୂଜଳ ସହିତ ଉପର ଆଡକୁ ଉଠିଥାଏ। ଏହିକ୍ରମ ଏକାନ୍ତରିତ ରୂପରେ ଚାଲିଥାଏ।

nis-ad
Leave A Reply

Your email address will not be published.