ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ

କଟକ: ରାଜ୍ୟରେ ଗତ କିଛି ଦିନ ଧରି ହାତୀ ମୃତ୍ୟୁ ଘଟିବାରେ ଲାଗିଛି। କେଉଁଠି ହାତୀ ଶିକାରୀଙ୍କ ଗୁଳିବିଦ୍ଧରେ ମୃତ୍ୟୁ ଘଟୁଛି ତ ଆଉ କେଉଁଠି ବିଦ୍ୟୁତ ଆଘାତରେ ମୃତ୍ୟୁ ଘଟିଛି। ରାଜ୍ୟର କେତେକ ଜିଲାରେ ହାତୀର ଗୁଳିବିଦ୍ଧ ମୃତଦେହ, ହାତୀ କଙ୍କାଳ ଗତ କିଛି ଦିନ ଧରି ଠାବ ହୋଇଛି। ତେବେ ହାତୀ ମୃତ୍ୟୁ ରୋକିବାକୁ ଗଠିତ ହେବ ଜଏଣ୍ଟ ଟାସ୍କ ଫୋର୍ସ ।

ପୋଲିସ ଓ ବନ ବିଭାଗକୁ ନେଇ ଜଏଣ୍ଟ ଟାସ୍କ ଫୋର୍ସ ଗଠିତ ହେବ । ଏହା ହାତୀ ମୃତ୍ୟୁ ଏବଂ ବନ୍ୟପ୍ରାଣୀ ଚାଲାଣ ରୋକିବ। ପୋଲିସ ଡିଜି ଏ ନେଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି। ସେପ୍ଟେମ୍ବର ୨୬ ରେ ମାମଲାର ପରବର୍ତ୍ତୀ ଶୁଣାଣୀ ହେବ।

nis-ad
Leave A Reply

Your email address will not be published.