ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀ ହେଲେ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ

ଲଖନଉ: ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାର ପୁରସ୍କାର ମିଳିଲା | ଆଉ ଆଜି ଜାଠ ନେତା ଭୁପେନ୍ଦ୍ର ସିଂ ଚୌଧୁରୀଙ୍କୁ ଉତ୍ତରପ୍ରଦେଶ ବିଜେପିର ନୂଆ ଅଧ୍ୟକ୍ଷ ଭାବେ ଘୋଷଣା କରାଯାଇଛି | ଚର୍ଚ୍ଚା ହେଉଛି ଯେ ଭୁପେନ୍ଦ୍ର ସିଂଙ୍କୁ ଜାଠ ସମୁଦାୟ ମଧ୍ୟରେ ଉତ୍ତମ ସମ୍ପର୍କ ସହ ପଶ୍ଚିମ ଉତ୍ତରପ୍ରଦେଶରେ ବିଜେପିକୁ ସଫଳତା ଦେବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବାରୁ ଉପହାର ଦିଆଯାଇଛି। ସୂଚନା ମୁତାବକ ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ​​ବିଜେପି ଯଦିଓ ପୁର୍ବାଞ୍ଚଳରେ ଆଶା ମୁତାବକ ସଫଳତା ହାସଲ କରିପାରିନଥିଲା, କିନ୍ତୁ ପଶ୍ଚିମ ଉତ୍ତରପ୍ରଦେଶରେ କୃଷକଙ୍କ ଆନ୍ଦୋଳନ ସତ୍ତ୍ୱେ ଦମଦାର ବିଜୟ ହାସଲ କରିଥିଲା ।
ବିଧାନସଭା ନିର୍ବାଚନରେ ଜିତିବା ପରେ ଯୋଗୀଙ୍କ ୨.୦ ସରକାରରେ ଭୁପେନ୍ଦ୍ର ଚୌଧୁରୀଙ୍କୁ ଦ୍ୱିତୀୟ ଥର ମନ୍ତ୍ରୀ କରାଯାଇଥିଲା। ସୂତ୍ରରୁ ମୁତାବକ ବୁଧବାର ଅପରାହ୍ନରେ ଭୁପେନ୍ଦ୍ର ଚୌଧୁରୀ ଯେତେବେଳେ ଆଜମଗଡରେ ଏକ କାର୍ଯ୍ୟକ୍ରମ ଛାଡି ଲଖନଉ ଅଭିମୁଖେ ଯାଇଥିଲେ, ସେତେବେଳେ ହିଁ ସେ ସଭାପତି ହେବେ ବୋଲି ଅନୁମାନ କରାଯାଉଥିଲା | କିନ୍ତୁ ଆଜି ଏନେଇ ଘୋଷଣା କରାଯାଇଛି | ପଶ୍ଚିମ ଉତ୍ତରପ୍ରଦେଶର ମୋରାଦାବାଦର କାଣ୍ଟ ବିଧାନସଭା ଆସନରୁ ବିଜୟ ହାସଲ କରିଥିବା ଭୁପେନ୍ଦ୍ରଙ୍କୁ ଯୋଗୀଙ୍କ ପୂର୍ବ ସରକାରରେ ମଧ୍ୟ ମନ୍ତ୍ରୀ କରାଯାଇଥିଲା।
ସେତେବେଳେ ଭୁପେନ୍ଦ୍ର ପଞ୍ଚାୟତିରାଜ ମନ୍ତ୍ରୀ ଥିଲେ। ୧୯୯୯ ରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂଙ୍କ ବିରୋଧରେ ଭୁପେନ୍ଦ୍ର ଚୌଧୁରୀ ଲୋକସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଲୋକସଭା ନିର୍ବାଚନରେ ​​ପରାଜୟ ପରେ ମଧ୍ୟ ଭୁପେନ୍ଦ୍ର ଚୌଧୁରୀଙ୍କ ଉପରେ ବିଜେପି ସମ୍ପୂର୍ଣ୍ଣ ବିଶ୍ୱାସ ରଖିଥିଲା। ଆଉ ସେ ମଧ୍ୟ ଦଳକୁ ତୃଣମୂଳ ସ୍ତରରେ ପହଞ୍ଚାଇବାର କାର୍ଯ୍ୟ ଜାରି ରଖିଥିଲେ |

nis-ad
Leave A Reply

Your email address will not be published.