ଦୁର୍ଘଟଣାରେ ୨ ଗୁରୁତର

ଝରିଗାଁ : ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଝରିଗାଁ ଚନ୍ଦାହାଣ୍ଡି ଘାଟି କାକରୋ ପାଣି ନିକଟରେ ବୋଲେରୋ ଓ ବାଇକ ମୁହାଁ ମୁହିଁ ଧକାରେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି | ସେମାନେ ହେଲା ହାତୀବାଡ଼ି ଗାଁ ରୋ ରତ୍ନାକର ଗୌଡ଼ ଏବଂ ବାତାଝାରୋ ଗାଁ ରୋ ସୁକାଳଦେଏ ମାଝୀ ଓ ଫୁଲସିଙ୍ଗ ମାଝୀ | ନିଜ ସମ୍ପକିୟ ଘରୁ ବୋଲୋରୋରେ ସେମାନେ ନିଜ ଗାଁ କୁ ଫେରୁଥିଲେ | ଏହି ସମୟରେ ଚନ୍ଦାହାଣ୍ଡି ଘାଟି କାକରପାଣି ନିକଟରେ ବିପରୀତ ଦିଗରୁ ଆସୁଥିବା ରତ୍ନାକର ଙ୍କ ଵାଇକ ସହ ଧକ୍କା ହୋଇଥିଲା | ଚନ୍ଦାହାଣ୍ଡି ଅତିରିକ୍ତ ତୋସିଲଦାର ଶ୍ରୀ ନୀଳାମ୍ବର ପୂଜାରୀ, ଥାନା ଏଏସ୍‌ଆଇ ହୁରିକେଶ ପଟେଲ ଅଗ୍ନିଶମ ବାହିନୀ ଶହ ଘଟଣା ସ୍ଥଳରେ ପହଂଚି ଗୁରୁତରଙ୍କୁ ଚିକିତ୍ସା ପାଇଁ ଝରୀଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପଠାଇଥିଲେ | ପରେ ସେମାନଙ୍କୁ ନବରଙ୍ଗପୁର ମେଡିକାଲ ରେ ଭର୍ତି କରାଯାଇଛି |

nis-ad
Leave A Reply

Your email address will not be published.