କୃଷି ଅଧିକାରୀ ପରିଚୟ ଦେଇ ଲୁଟିନେଲେ ୪୧ହଜାର ଟଙ୍କା

ସିମୁଳିଆ: କୃଷି ଅଧିକାରୀ କହି ଅଭିନବ ଉପାୟରେ ଜୈନକ ବ୍ୟକ୍ତିଙ୍କ ଠାରୁ ଦୁଇ ଜଣ ଦୁର୍ବୃତ୍ତ ବ୍ୟାଙ୍କ ଆକାଉଣ୍ଟରୁ ୪୧ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ବଙ୍ଗାଳପୁର ପଂଚାୟତର କରଂଜଗଡ଼ିଆ ଗ୍ରାମର ଗୌରହରି ଦାସଙ୍କ ପୁଅ ଗୋପାଳ ଚନ୍ଦ୍ର ବିଲରେ କାମ କରୁଥିବା ବେଳେ ଦୁଇ ଜଣ ଦୁର୍ବୃତ୍ତ ଆସି ନିଜକୁ କୃଷି ଅଧିକାରୀ ପରିଚୟ ଦେଇଥିଲେ ।

କୃଷି ବିଭାଗରୁ ଆସିଥିବା କହି ନିଯୁକ୍ତି ଦେବାର ମିଛ ପ୍ରଲୋଭନ ଦେଖାଇବା ସହିତ ଏକ ବିଦ୍ୟୁତ୍‌ ବୋର୍ଡ ଦେବା ନିମନ୍ତେ ଏକ ହଜାର ଟଙ୍କା ଚେକ ମାଗି ନେଇଥିଲେ । ଏହି ଚେକ ମାଧ୍ୟମରେ ଦୁର୍ବୃତ୍ତ ମାନେ ଭଦ୍ରକ ଜଗନ୍ନାଥପୁର ଷ୍ଟେଟବ୍ୟାଙ୍କରୁ ୪୧ହଜାର ଟଙ୍କା ଉଠାଣ କରି ନେଇଥିଲେ । ଘରୋଇ କାର୍ଯ୍ୟ ନିମନ୍ତେ ଟଙ୍କା ଆବଶ୍ୟକ ପଡିବାରୁ ସିମୁଳିଆ ଷ୍ଟେଟବ୍ୟାଙ୍କକୁ ଆସି ଦେଖିବା ବେଳକୁ ଜମାଖାତାରେ ଟଙ୍କା ଉଠାଣ ହୋଇସାରିଥିବା ଜାଣି ଗୋପାଳ ଭଦ୍ରକ ବ୍ୟାଙ୍କରେ ବୁଝାସୁଝା କରି ,ଟଙ୍କା କେହି ଦୁର୍ବୃତ୍ତ ନେଇଯାଇଥିବା ନେଇ ସିମୁଳିଆ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ ସିମୁଳିଆ ପୁଲିସ ଘଟଣାର ତଦନ୍ତ କରୁଥିବା ଜାଣାଯାଇଛି ।

nis-ad
Leave A Reply

Your email address will not be published.