ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ଆଉ ୬ମାସ ବୃଦ୍ଧି

ଭୁବନେଶ୍ୱର : ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ରଙ୍କ କାର୍ଯ୍ୟକାଳ ବୃଦ୍ଧିପାଇଛି । ଆଉ ୬ମାସ କାର୍ଯ୍ୟକାଳ ବୃଦ୍ଧି ପାଇଁ କେନ୍ଦ୍ର ଅନୁମୋଦନ । ରାଜ୍ୟ ସରକାର ଦେଇଥିବା ପ୍ରସ୍ତାବରେ କେନ୍ଦ୍ରରେ ମୋଦନ ହୋଇଛି । ଦ୍ୱିତୀୟ ଥର ପାଇଁ ଏହି କାର୍ଯ୍ୟକାଳ ବୃଦ୍ଧି କରାଯାଇଛି । ଏଭଳି ଏକ ପ୍ରସ୍ତାବ କେନ୍ଦ୍ର ସରକାରଙ୍କୁ ପଠାଯାଇଥିଲା ରାଜ୍ୟ ସରକାରଙ୍କ ପକ୍ଷରୁ ।

ଏହି ପ୍ରପୋଜାଲ୍‌କୁ ଅନୁମୋଦନ ଦେଇଛନ୍ତି କେନ୍ଦ୍ର ସରକାର । ସେପ୍ଟେମ୍ବର ୧ରୁ ୨୦୨୩ ଫେବୃଆରୀ ପର୍ଯ୍ୟନ୍ତ କାର୍ଯ୍ୟକାଳ ବଢ଼ିଲା । ପୂର୍ବରୁ ସୁରେଶ ମହାପାତ୍ରଙ୍କ ୬ମାସ କାର୍ଯ୍ୟକାଳ ବଢ଼ିଥିଲା । ଫେବୃଆରୀ ୨୮ ୨୦୨୨ରେ କାର୍ଯ୍ୟକାଳ ଶେଷ ହୋଇଯାଉଥିଲା । ସେତେବେଳେ ତାଙ୍କୁ ୬ମାସର କାର୍ଯ୍ୟକାଳ ବଢ଼ାଯାଇ ଅଗଷ୍ଟ ୩୧ ପର୍ଯ୍ୟନ୍ତ ଥିଲା । ପୁଣି ଆଉ ୬ମାସ କାର୍ଯ୍ୟକାଳ ବଢ଼ାଯାଇଛି ।ସୁରେଶ ମହାପାତ୍ର ହେଉଛନ୍ତି ୧୯୮୬ ବ୍ୟାଚର ଆଇଏଏସ ଅଫିସର ।

nis-ad
Leave A Reply

Your email address will not be published.