ବିହାର ପରେ ଏବେ ଗୁରଗାଓଁର ଏକ ମଲ୍‌ରେ ସିବିଆଇ ଚଢାଉ

ଗୁରଗାଓଁ: ହରିୟାଣାର ଗୁରଗାଓଁ ଜିଲ୍ଲାର ସେକ୍ଟର ୭୧ ରେ ଥିବା ଏକ ମଲ୍‌ରେ ସିବିଆଇ ଟିମ୍‌ର ଚଢାଉ। ଗୁରଗ୍ରାମ୍‌ର ଏହି ମଲ୍‌ରେ ବିହାର ଉପ-ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବଙ୍କ କମ୍ପାନୀର ଅଫିସ ରହିଛି। ସିବିଆଇ ଚାକିରୀ ବଦଳରେ ଜମି ମାମଲାରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏହା ପୂର୍ବରୁ କେନ୍ଦ୍ରୀୟ ତଦନ୍ତକାରୀ ଏଜେନ୍ସି ସିବିଆଇ ବୁଧବାର ବିହାରରେ ୨୪ଟି ସ୍ଥାନରେ ଚଢାଉ କରିଥିଲା।

କୁହାଯାଉଛି ଯେ, ମଲ୍‌ରେ ଥିବା ହ୍ବାଇଟ୍‌ ଲ୍ୟାଣ୍ଡ କର୍ପୋରେସନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ କମ୍ପାନୀର ତେଜସ୍ବୀ ଯାଦବ ପରିବାର ସହିତ ସମ୍ପର୍କ ରହିଛି। ପୁରା ଦେଶରେ ମୋଟ ୨୫ଟି ସ୍ଥାନରେ ସିବିଆଇ ଚଢାଉ କରିଛି। ଗୁରଗ୍ରାମ୍‌ ମଧ୍ୟ ସେହି ୨୫ଟି ସ୍ଥାନରେ ଏହି ଚଢାଉ ହୋଇଛି।

ଉଲ୍ଲେଖନୀ ଯେ, ସିବିଆଇ ଟିମ୍‌ ବିହାରରେ ଆରଜେଡିର ୫ଟି ନେତାଙ୍କ ସହିତ ୨୫ଟି ସ୍ଥାନରେ ଚଢାଉ କରିଛି। ଏଥିରେ ୨ ରାଜ୍ୟସଭା ସାଂସଦଙ୍କ ବ୍ୟତୀତ ପୂର୍ବତନ ବିଧାୟକ ଓ ଆରଜେଡିର ଫାଇନାନ୍ସର ଅବୁ ଦୋଜାନା ମଧ୍ୟ ରହିଛନ୍ତି। ଟିମ୍‌ ଗୁରଗ୍ରାମ୍‌ର ଏକ ମଲ୍ ମଧ୍ୟ ପହଁଞ୍ଚିଛନ୍ତି। ସେଠାରେ ତେଜସ୍ବୀ ଯାଦବଙ୍କ ଅଫିସ ରହିଛି। ଏହାକୁ ଦୋଜାନାଙ୍କ କୁହାଯାଉଛି।

ସିବିଆଇ ନିଯୁକ୍ତି ମାମଲାରେ ଦୁର୍ନୀତିରେ ତୃତୀୟ ଥର ପାଇଁ ଚଢାଉ କରିଛି। ଅଭିଯୋଗ କରିଛି ଯେ, ଲାଲୁ ରେଳମନ୍ତ୍ରୀ ଥିବା ବେଳେ ଚାକିରୀ ପାଇଁ ଜମି ଓ ପ୍ଲଟ୍‌ ନେଇଥିଲେ। ସିବିଆଇ ଏହି ମାମଲାରେ ତଦନ୍ତ ପରେ ଗତ କିଛି ଦିନ ତଳେ ଲାଲୁ, ରାବିଡି ଦେବୀ, ମିସା ଭାରତୀ, ହେମା ଯାଦବ ଓ କିଛି ଏଭଳି ପ୍ରାର୍ଥୀ ବିରୋଧରେ ମାମଲା ରୁଜୁ କରିଥିଲେ ଯେଉଁମାନେ ପ୍ଲଟ୍‌ କିମ୍ବା ପ୍ରପଟି ବଦଳରେ ଚାକିରୀ ଦେଇଥିଲେ।

nis-ad
Leave A Reply

Your email address will not be published.