ବିବାହ ବନ୍ଧନରେ ବାନ୍ଧି ହେବେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀ

ଭାରତୀୟ ଟିମ୍‌ର ଷ୍ଟାର ବ୍ୟାଟ୍ସମ୍ୟାନ କେଏଲ୍‌ ରାହୁଲ ଓ ଅଭିନେତ୍ରୀ ଆଥିୟା ସେଟ୍ଟୀ ଦୀର୍ଘ ଦିନରୁ ରିଲେସନଶିପ୍‌ରେ ଅଛନ୍ତି। ଏମାନେ ବହୁତ ଜଲ୍‌ଦି ବିବାହ ବନ୍ଧନରେ ବାନ୍ଧି ହୋଇ ପାରନ୍ତି ବୋଲି ଚର୍ଚ୍ଚା ଲାଗି ରହିଛି। ଅଭିନେତ୍ରୀ ଆଥିୟା ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କ ଝିଅ ହୋଇଥିବା ବେଳେ କେଏଲ୍‌ ରାହୁଲ ଟିମ୍‌ ଇଣ୍ଡିଆର ଉପ ଅଧିନାୟକ ସହ ଆଇପିଏଲ୍‌ ଟିମ୍‌ ‘ଲକ୍ଷ୍ନୌ ସୁପର ଜିଆଣ୍ଟ୍‌ସ’ର ଅଧିନାୟକ ଅଛନ୍ତି।

ଏହାରି ଭିତରେ ଆଥିୟାଙ୍କ ବାପା ସୁନିଲ ସେଟ୍ଟୀ ସ୍ପଷ୍ଟ କରିଛନ୍ତି କି, ରାହୁଲ ଓ ଆଥିଆଙ୍କର ବିବାହ ହେବ, କିନ୍ତୁ ଏବେ ନୁହେଁ ପରେ। ଅଭିନେତା ଏହା ବି କହିଛନ୍ତି ଯେ ବର୍ତ୍ତମାନ କେଏଲ୍‌ ରାହୁଲ ଲଗାତାର ବିଭିନ୍ନ ଗସ୍ତ କାରଣରୁ ବହୁତ ବ୍ୟସ୍ତ ରହୁଛନ୍ତି ଏବଂ ବିବାହ ପାଇଁ ଦୁହିଁଙ୍କ ପାଖରେ ଏବେ ସମୟ ନାହିଁ।

କହି ରଖୁଛୁ, ସୁନିଲ ସେଟ୍ଟୀ ନିକଟରେ ଏକ ଇଣ୍ଟରଭ୍ୟୁରେ କେଏଲ୍‌ ରାହୁଲ ଓ ଆଥିୟା ସେଟ୍ଟୀଙ୍କ ବିବାହ ବିଷୟରେ କହିଥିଲେ। ସେ କହିଥିଲେ କି, ‘ମୋତେ ଲାଗୁଛି, ପିଲାମାନେ ଯେମିତି ଚାହିଁବେ, ସେମିତି ହେବ। ରାହୁଲଙ୍କ ସେଡ୍ୟୁଲ ରହିଛି। ଏବେ ଏସିଆ କପ୍‌, ଓ୍ଵାର୍ଲ୍ଡ କପ୍‌, ସାଉଥ୍‌ ଆଫ୍ରିକା ଟୁର୍‌ ଏବଂ ଅଷ୍ଟ୍ରେଲିଆ ଟୁର୍‌ ଅଛି। ଯେତେବେଳେ ପିଲାମାନଙ୍କୁ ବ୍ରେକ୍‌ ମିଳିଯିବ, ସେତେବେଳେ ବିବାହ ହେବ। ଗୋଟିଏ ଦିନରେ ବିବାହ ହୋଇ ପାରିବନି.’।

ସୁନିଲ ଆହୁରି କହିଥିଲେ ଯେ ‘ପାପା ଚାହୁଁଛନ୍ତି, ଝିଅ ଅଛି ତ ବାହାଘର ହୋଇଯାଉ, କିନ୍ତୁ ଥରେ ରାହୁଲଙ୍କୁ ବ୍ରେକ୍‌ ମିଳିଯାଉ। ପିଲାମାନେ ସ୍ଥିର କରନ୍ତୁ କେବେ ହେବ। ଯେତେବେଳେ ସମୟ ମିଳିବ, ପ୍ଲାନିଂ ନିଶ୍ଚୟ କରାଯିବ’। କହି ରଖୁଛୁ, କେଏଲ୍‌ ରାହୁଲ ଓ ଆଥିୟା ଗତ ୩ ବର୍ଷ ହେବ ପରସ୍ପରକୁ ଡେଟ୍‌ କରି ଆସୁଛନ୍ତି।

nis-ad
Leave A Reply

Your email address will not be published.