ଘରେ ଶୋଇଥିବା ବେଳେ କାନ୍ଥ ପଡି ଦୁଇ ଶିଶୁ ମୃତ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ଅନ୍ତର୍ଗତ ରାଇଡାହି ଗ୍ରାମରେ ଅଘଟଣ କାନ୍ଥ ପଡ଼ି ଦୁଇ ଶିଶୁ ମୃତ । ଘରେ ଶୋଇଥିବା ବେଳେ କାନ୍ଥ ପଡିଯିବାରୁ ଭାଇ ଭଉଣୀ ମୃତ । ଉଦଳା ଡାକ୍ତରଖାନାରେ ଭର୍ତ୍ତି ପରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ରାଇଡାହୀ ଗ୍ରାମର ତୁଳସୀ ସିଂ ନିଜର ଗୋଟିଏ ଝିଅ ଏବଂ ୨ ପୁଅଙ୍କ ସହିତ ଘରେ ଶୋଇଥିଲେ, ହଠାତ ଲଗାଣ ବର୍ଷା କାରଣରୁ ଘର କାନ୍ଥ ଭିଜିକି ରହିଥିଲା ଗତକାଲି ମଧ୍ୟରାତ୍ରିରେ ପରିବାର ଲୋକେ ସୋଇଥିବା ବେଳେ ଭୁଶୁଡି ପଡିଥିଲା, ଆଉ କାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ ୩ ଶିଶୁ |

ତେବେ ତୁଳସୀ କେବଳ ସାନ ପୁଅକୁ ଉଦ୍ଧାର କରିଥିବା ବେଳେ ବଡ଼ ଝିଅ ଯଶୋଦା ସିଂ 8 ବର୍ଷ ଏବଂ ପୁଅ ଜ୍ୟୋତି ଶଙ୍କର 6 ବର୍ଷ, ଭାଇ ଭଉଣୀ କାନ୍ଥ ତଳେ ଚାପି ହୋଇ ରହିଥିଲେ | ପଡୋଶୀ ଜାଣିବା ପରେ ଦୁଇ ଶିଶୁଙ୍କୁ ଉଦ୍ଧାର କରି ଉଦଳା ଡାକ୍ତରଖାନାକୁ ଆଣିଥିଲେ ସୁଦ୍ଧା ଡାକ୍ତର ମୃତ ଘୋଷଣା କରିଥିଲେ ।

nis-ad
Leave A Reply

Your email address will not be published.