ବେଆଇନ ମଦ ରନ୍ଧାକୁ ବିରୋଧ କରିବାକୁ ନେଇ ହତ୍ୟା : ଅଭିଯୁକ୍ତ ମାନଙ୍କୁ ବାନ୍ଧିଲା ପୋଲିସ…

ବ୍ରହ୍ମପୁର : ଜରଡ଼ା ଥାନା ଅନ୍ତର୍ଗତ ପଳାସପୁର ଗ୍ରାମରେ ଗତ ୨୦ ତାରିଖରେ ଏକ ମୁଣ୍ଡ ବିହିନ ମୃତ ଦେହ ଉଦ୍ଧାର ହୋଇଥିଲା । ମୃତ ବ୍ୟକ୍ତି ଜଣଙ୍କ  ସେହି ଗ୍ରାମର ବୃନ୍ଦାବନ ଜାନୀ ହୋଇଥିବା ବେଳେ ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଥିଲେ ପରିବାର ଲୋକ । 

ଏନେଇ ଜେମା ଶବର ତାଙ୍କ ସ୍ୱାମୀ ଙ୍କୁ  କେହି ଦୁର୍ବୃତ ହତ୍ୟା କରିଥିବା କୁ ନେଇ  ଜରଡ଼ା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଜରଡ଼ା ଥାନା ପୋଲିସ ଅଭିଯୋଗକୁ ଭିତ୍ତି କରି ଏକ  ହତ୍ୟା ମାମଲା ରୁୁଜୁ କରିବା  ଥାନା କେସ ନମ୍ବର୨୪୫/୨୨  ରେ  ବିଭିନ୍ନ ଦିଗକୁ ଦୃଷ୍ଟି ରେ ରଖି ତଦନ୍ତ ଆରମ୍ଭ କରିଥିଲା । ତଦନ୍ତ ଦ୍ଵାରା  ଏହି ସଂକ୍ରାନ୍ତରେ ଜଡିତ ଥିବା  ପଳାସପୁର ଗ୍ରାମର ପର୍ଶୁରାମ ଶବର, ନିରଞ୍ଜନ ଶବର ଏବଂ ସୁନାରିବାଡ଼ ଗ୍ରାମର କୈବଲ୍ୟ ଶବର ଓରଫ୍ କାର୍ଜିକୁଜରଡ଼ା କୁ   ୩୦୨,୨୦୧,୩୪ ଆଇପିସି ଧାରାରେ  ଗିରଫ କରିଛି । ସେମାନଙ୍କ ଠାରୁ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଏକ କାତି, ଏବଂ ପୋଷାକକୁ ଜବତ ହୋଇଥିବା ବ୍ରହ୍ମପୁର ଏସ୍‌ପି ସରବଣାର ବିବେକ ସୂଚନା ଦେଇଛନ୍ତି ।ସୂଚନା ଥାଉକି କୈବଲ ଶବର ଓରଫ୍ କାର୍ଜି ପଳାସପୁରରେ ବିବାହ କରିଥିବା ବେଳେ ସେ ନିଜ ଶ୍ୱଶୁର ଘରେ ରହୁଥିଲେ । କୈବଲ୍ୟ ଶବର ଏବଂ ପର୍ଶୁରାମ ଶବର ବେଆଇନ ମଦ ରୋଷେଇ କରି ବିକ୍ରି କରୁଥିଲେ । ତେବେ ଏହି ମଦ ବିକ୍ରିକୁ ମୃତ ବୃନ୍ଦାବନ ଜାନୀ ଓରଫ୍ କବି ବିରୋଧ କରି ଆସୁଥିଲେ । ବେଆଇନ ଭାବେ ମଦ ବିକ୍ରିକୁ ବନ୍ଦ କରିବା ପାଇଁ ସେ ବିଭିନ୍ନ ସ୍ତରରେ ଅଭିଯୋଗ କରିଥିଲେ । ତେବେ ଏହାକୁ ନେଇ ପୁରୁଷୋତମ ଶବର ଏବଂ କୈବଲ୍ୟ ଶବର ବୃନ୍ଦାବନ ଜାନୀଙ୍କୁ ଠିକଣା ସ୍ଥାନରେ ଲଗାଇବା ପାଇଁ ଯୋଜନା କରିଥିଲେ । ଗତ ୧୭ ତାରିଖରେ ବୃନ୍ଦାବନ ଜାନୀ ନିଜ ଚିନ୍ନାବାଦାମ୍ ଚାଷ ଜମିରେ ଶୋଇଥିବା ବେଳେ ପର୍ଶୁରାମ ଶବର, କୈବଲ୍ୟ ଶବର ଏବଂ ନିରଞ୍ଜନ ଶବର ଉକ୍ତ ସ୍ଥାନକୁ ଯାଇଥିଲେ । ନିରଞ୍ଜନ ଶବର ଏବଂ କୈବଲ୍ୟ ଶବର କିଛି ଦୂରରେ ରହି  ଗ୍ରାମବାସୀଙ୍କ ଗତିବିଧି ଉପରେ ନଜର ରଖିଥିବା ବେଳେ ପର୍ଶୁରାମ ଶବର ଏକ କାତି ଯୋଗେ ବୃନ୍ଦାବନ ଜାନୀଙ୍କ ବେକକୁ ଆଘାତ ଦେଇଥିଲେ । ଫଳରେ ମୁଣ୍ଡ ଏବଂ ଶରୀର ଅଲଗା ହୋଇଯାଇଥିଲା । ପରେ ଅଭିଯୁକ୍ତ ମାନେ ଉଭୟ ମୁଣ୍ଡ ଓ ଶରୀରକୁ ନଷ୍ଟ କରିବା ପାଇଁ ଠାକୁରାଣୀ କେନାଲରେ ମୁଣ୍ଡ ବିହୀନ ଶରୀରକୁ ଫୋପଡ଼ି ଦେଇଥିବ ବେଳେ ମୁଣ୍ଡଟିକୁ ସେହି ଜମି ନିକଟସ୍ଥ ସାରଥୀ ଶବରଙ୍କ ଜମିରେ  ଫୋପାଡ଼ି ଦେଇଥିଲେ । ପୋଲିସ ଉକ୍ତ ଘଟଣାକୁ ଗୁରୁତର ସହ ନେବା ସହ ଏକ ତଦନ୍ତ ଟିମ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା । ଲୁଚି ରହିଥିବା ଅବସ୍ଥାରେ ଆଜି ଉକ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଏସ୍‌ପି ସର୍ବଣ ବିବେକ ସୂଚନା ଦେଇଛନ୍ତି ।

nis-ad
Leave A Reply

Your email address will not be published.