ବ୍ଳକ କର୍ମଚାରୀଙ୍କୁ ବିଦାୟ ସମ୍ବର୍ଦ୍ଧନା

ହିଂଜିଳିକାଟୁ ୨୧ା୮ : ହିଂଜିଳିକାଟୁ ବ୍ଳକର ୪ଜଣ ବରିଷ୍ଠ କିରାଣୀ ଦିବାକର ପୂଜାରୀ, ଗୋପାଳ ରେଡ଼ି, ସୁଜିତ ସାହୁ, ଜଗନ୍ନାଥ ପାଢ଼ି , ୨ସହକାରୀ କନିଷ୍ଠ ଯନ୍ତ୍ରୀ ସୀମାଂଚଳ ଦାଶ, ସୁଶୀଳ ପଣ୍ଡା ଓ ୯ ପଂଚାୟତ କାର୍ଯ୍ୟକାରିଣୀ ଅଧିକାରୀଙ୍କୁ ଅନ୍ୟ ବ୍ଳକକୁ ବଦଳି ହୋଇଛି । ଏହି ପରିପ୍ରେକ୍ଷୀରେ ରବିବାର ବ୍ଳକ ସଭାଗୃହରେ ଏକ ବିଦାୟ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଡ଼ିଓ ସୁବ୍ରତ କୁମାର ଜେନାଙ୍କ ପୌରହିତ୍ୟରେ ଆୟୋଜିତ ସମ୍ବର୍ଦ୍ଧନାରେ ବ୍ଳକ ଅଧ୍ୟକ୍ଷା ସରସ୍ୱତୀ ସେଠୀ, ଉପାଧ୍ୟକ୍ଷ ସୁନୀଲ କୁମାର ଗନ୍ତାୟତ, ସହକାରୀ ଯନ୍ତ୍ରୀ ହେମନ୍ତ କୁମାର ମିଶ୍ର, ଜିପିଇଓ ପ୍ରଶାନ୍ତ କୁମାର ରଥ ପ୍ରମୁଖ ମଂଚାସୀନ ଥିଲେ । ବିଦାୟୀ କର୍ମଚାରୀ ମାନେ ଉକ୍ତ ବ୍ଳକରେ ସେମାନଙ୍କ ଅନୁଭୂତି ବର୍ଣ୍ଣନା କରିଥିଲେ । ସମସ୍ତ କର୍ମଚାରୀଙ୍କ ଭୁମିକାକୁ ବିଡ଼ିଓ ଜେନା ସ୍ମରଣ କରି ସେମାନଙ୍କ କାର୍ଯ୍ୟ ଦକ୍ଷତା ଓ ଅବଦାନକୁ ପ୍ରଶଂସା କରିଥିଲେ । ଏକକାଳୀନ ବ୍ଳକର ବହୁ ସଂଖ୍ୟକ କର୍ମଚାରୀଙ୍କ ବଦଳି ପରେ କାର୍ଯ୍ୟ ପରିଚାଳନାରେ ଯେପରି କୌଣସି ବାଧା ହେବ ନାହିଁ , ଉନ୍ନୟନ ମୂଳକ କାର୍ଯ୍ୟ ସମୟ ସହ ତାଳ ଦେଇ ସମ୍ପୂର୍ଣ୍ଣ ହେବ ସେଥିନେଇ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା । ନୂତନ କର୍ମଚାରୀଙ୍କୁ ଆବଶ୍ୟକ ମନେ ହେଲେ ପୁରାତନ କର୍ମଚାରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଅନୁଭୂତି ଓ ସହାୟତା ନେବାକୁ ପରାମର୍ଶ କରାଯାଇଛି । ବିଦାୟୀ କର୍ମଚାରୀଙ୍କୁ ଅଧ୍ୟକ୍ଷା, ଉପାଧ୍ୟକ୍ଷ ଓ ଅନ୍ୟମାନେ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ଦେଇଥିଲେ ।
ଫଟୋ: ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ମଂଚାସୀନ ଅତିଥି ଓ ବିଡ଼ିଓ

nis-ad
Leave A Reply

Your email address will not be published.