ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବଡିଭିଜନ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ

ଛତ୍ରପୁର : ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ଛତ୍ରପୁର ସବଡିଭିଜନ ସଂଘର ପ୍ରଥମ ବାର୍ଷିକ ସମ୍ମିଳନୀ ସ୍ଥାନୀୟ ଗୌରୀ ଶଙ୍କର କଲ୍ୟାଣ ମଣ୍ଡପ ଠାରେ ସଭାପତି ପ୍ରମୋଦ ଚନ୍ଦ୍ର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଉପଦେଷ୍ଟା ତାରିଣୀ ଚରଣ ରଥ, ଜିଲ୍ଲା କର୍ମକର୍ତ୍ତା ସନ୍ତୋଷ କୁମାର ବେହେରା ଓ ସିମାଞ୍ଚଳ ବେହେରା, ଉପସଭାପତି ବାବୁଲା ଗୈାଡ ଓ ସୁବାସିନୀ କାହ୍ନୁ,, ସହ-ସମ୍ପାଦକ ସୁଶାନ୍ତ କୁମାର ପଣ୍ଡା, ସାଙ୍ଗଠନିକ ସମ୍ପାଦକ ପ୍ରମୋଦ କୁମାର ପାଣିଗ୍ରାହୀ ଓ ସୁରେନ୍ଦ୍ର ଜାନୀ ସମେତ ଅନ୍ୟାନ୍ୟ ସଭ୍ୟ ମାନେ ଯୋଗଦେଇ ସଂଘର ସଭ୍ୟ / ସଭ୍ୟା ମାନଙ୍କ ବିଭିନ୍ନ ସୁବିଧା ଓ ଅସୁବିଧା ସମ୍ପର୍କରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପ୍ରାରମ୍ଭରେ ସଂଘର ସମ୍ପାଦକ ମନୋଜ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ କୋଷାଧ୍ୟକ୍ଷ ସୋମନାଥ ଦାସ ବାର୍ଷିକ ଖର୍ଚ୍ଚ ବିବରଣୀ ଦର୍ଶାଇଥିଲେ ।

nis-ad
Leave A Reply

Your email address will not be published.