ମା’ ହେଲେ ଅଭିନେତ୍ରୀ ସୋନମ କପୁର

ମୁମ୍ବାଇ : ମା’ ହୋଇଛନ୍ତି ବଲିଉଡ୍‌ ଅଭିନେତ୍ରୀ ସୋନମ କପୁର । ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେ ଏହି ସୂଚନା ଦେଇଛନ୍ତି । ମୁମ୍ବାଇର ଏକ ଘରୋଇ ହସ୍‌ପିଟାଲରେ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ସୋନମ ଗର୍ଭବତୀ ଥିବା ଘୋଷଣା କରିଥିଲେ । ୨୦୧୮ ମସିହା, ମେ ୮ ତାରିଖରେ ବ୍ୟବସାୟୀ ଆନନ୍ଦ ଆହୁଜାଙ୍କୁ ସେ ବିବାହ କରିଥିଲେ ।

ଉଭୟ ସୋନମ ଓ ଆନନ୍ଦ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ଶେୟାର କରି ‘ଏକ ସୁନ୍ଦର ପୁତ୍ର ସନ୍ତାନକୁ ସ୍ୱାଗତ କରିଛୁ’ ବୋଲି ଉଲ୍ଲେଖ କରିଛନ୍ତି । ଏଥିସହିତ ଉଭୟଙ୍କ ଜୀବନ ସବୁଦିନ ପାଇଁ ବଦଳିଯାଇଛି ବୋଲି ସେମାନେ ଲେଖିଛନ୍ତି । ଏହି ଖବର ପରେ ଉଭୟଙ୍କ ନିକଟକୁ ଅଭିନନ୍ଦନର ସୁଅ ଛୁଟୁଛି । ସୋନମଙ୍କ ବାପା ତଥା ଅଭିନେତା ଅନିଲ କପୁର ଅଜା ହେବା ଖୁସିରେ ସୋସିଆଲ ମିଡିଆରେ ଏକ ସୁନ୍ଦର ପୋଷ୍ଟ ଶେୟାର କରିଛନ୍ତି ।

nis-ad
Leave A Reply

Your email address will not be published.