ଦର୍ଶକଙ୍କ ମନମୋହିଲା ନାଟକ “ଅଭିନେତ୍ରୀ”



ବ୍ରହ୍ମପୁର : ବଞ୍ଚିବା ପାଇଁ ଆମେ ସଂଘର୍ଷ କରି ଚାଲିଛେ । ସେଇଥି ପାଇଁ ତ କୁହାଯାଏ ଜୀବନର ଅନ୍ୟ ନାମ ସଂଘର୍ଷ। କିନ୍ତୁ ସେଇ ସଂଘର୍ଷର ଯାତ୍ରା ଭିତରେ ମଣିଷଟି କେତେ ଦୂର ନିଷ୍ଠା ରଖିପାରୁଛି ତାହା ଦେଖିବାର ଅଛି। ମଣିଷଟି ପାଖରେ ଅର୍ଥ, ପାଚୁର୍ଯ୍ୟ, କ୍ଷମତା ଥିବ ସେ ସବୁ କିଛି ଅନାୟସରେ କରି ପାରିବ। କିନ୍ତୁ ରୂପାଲୀ ପାଖରେ ସେମିତି କିଛି ନଥିଲା। ନା ତା’ପାଖରେ ଥିଲା ଅର୍ଥ, ନା ଥିଲା କ୍ଷମତା, ନା କେହି ଥିଲେ ତା’ର ପୃଷ୍ଟପୋଷକ । ମଞ୍ଚ ଉପରେ ଅଭିନୟ ଥିଲା ତା’ର ପେଶା। ରୋଜଗାର ଶୂନ୍ୟ ଅଶିକ୍ଷିତ ସ୍ବାମୀ ନାରଣକୁ ସାଥିରେ ନେଇ ସେ ତାର ତେଲ ଲୁଣର ସଂସାର ଦେଖୁଥିଲା। ସେତ

ଥିଲା ରଙ୍ଗମଞ୍ଚ ଉପରେ ନାଚୁଥିବା ଜଣେ ମାମୁଲି ମଞ୍ଚ କଳାକାରଟିଏ । କେବେହେଲେ ସେ ଭାବି ନଥିଲା ତାର ଅଭିନୟ ଦିନେ ଜଣେ ମଣିଷର ବିଗିଡି ଯାଇଥିବା ଜୀବନକୁ ପୁଣି ଜୀବନ ଧାରାର ମୁଖ୍ୟ ସ୍ରୋତକୁ ଫେରାଇ ଆଣିବ ବୋଲି,… ଏହି କଥାବସ୍ତୁକୁ ନେଇ ଲିଙ୍ଗରାଜ ନାହାକଙ୍କ ରଚିତ, ନାଟ୍ୟ ପ୍ରଦୀପ ମଦନ ମିଶ୍ରଙ୍କ ନିର୍ଦ୍ଦେଶିତ ନାଟକ ” ଅଭିନେତ୍ରୀ” ବ୍ରହ୍ମପୁର ପ୍ରକାଶମ ହଲରେ ନାଟକ ଏକାଡେମୀ, ବ୍ରହ୍ମପୁର ତରଫରୁ ମଞ୍ଚସ୍ଥ ହୋଇଯାଇଛି । ବିଭିନ୍ନ ଭୂମିକାରେ ଗିରିଜା, ମିଲୁ, କଳା କୃଷ୍ଣ, ଶେଖର, କାର୍ତ୍ତିକ, ଶିବ ଓ ଆରତୀ ଅଭିନୟ କରିଥିଲେ। ସଙ୍ଗୀତ ନିର୍ଦ୍ଦେଶନା କାହ୍ନୁ ମହାପାତ୍ର ଦେଇଥିବା ବେଳେ କଣ୍ଠଦାନ କରିଥିଲେ ସନ୍ତୋଷ ବେହେରା। ସଂସ୍କୃତିବିତ ଇଁ ଲକ୍ଷ୍ମୀ ପ୍ରସାଦ ନାୟକ ନାଟକକୁ ଉଦଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନାଟ୍ୟ ନିର୍ଦ୍ଦେଶକ ଡ଼ା. ତିରୁପତି ସାହୁ ମୁଖ୍ୟଅତିଥି, ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ ମୁଖ୍ୟବକ୍ତା, ନାଟ୍ୟଶ୍ରୀ ଫାଉଣ୍ଡେସନ ସଭାପତି ଭବାନୀ ଶଙ୍କର ମିଶ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ସଦସ୍ୟ ଅନିଳ କୁମାର ପାତ୍ର ସମ୍ମାନୀତ ଅତିଥି ରୂପେ ଯୋଗ ଦେଇଥିଲେ। ସାଧାରଣ ସମ୍ପାଦକ ଲିଙ୍ଗରାଜ ନାହାକ ସଂପାଦକୀୟ ବିବରଣୀ ପାଠ କରିଥିବା ବେଳେ ମଞ୍ଚ ନିର୍ଦ୍ଦେଶକ ରାଜ ଗୋପାଳ ପାଢ଼ୀ ସ୍ଵାଗତ ଭାଷଣ ପ୍ରଦାନ କରିଥିଲେ। ଡ୍ରାମା ଲଭର କୃଷ୍ଣ ଚନ୍ଦ୍ର ପଣ୍ଡା ଧନ୍ୟବାଦ ଅର୍ପ କରିଥିଲେ । ନାଟକଟି ଅତି ଉଚ୍ଚକୋଟୀର ହୋଇ ଦର୍ଶକ ମହଲରେ ଆଦୃତି ଲାଭ କରିଥିଲା।

nis-ad
Leave A Reply

Your email address will not be published.