ଲଗାଣ ବର୍ଷାରେ ବେହାଲ ହେଲା ଫୁଲବାଣୀ ସହର : ୫୪ଜଣଙ୍କୁ ସ୍ଥାନାନ୍ତରିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ଫୁଲବାଣୀ ସହରରେ ଗୁରୁବାର ରାତିରୁ ପ୍ରବଳ ବର୍ଷା ହେବା ଫଳରେ ମାଦିକୁନ୍ଦା ଛକ ନିକଟସ୍ଥ କୃଷି ବିଭାଗ କଲୋନୀ ଦେଇ ଆସୁଥିବା ନାଳ ପାଣି କଲୋନୀ ପାଚେରୀ ଭାଙ୍ଗିଯିବା ଫଳରେ କଲୋନୀ ପାଚେରୀକୁ ଲାଗି ଥିବା ସମସ୍ତ ଘରେ ପାଣି ପଶିବା ସହ ଅଧିକାଂଶ ଘରର କାନ୍ଥ ଭୁଶୁଡି ଯାଇଛି। ପ୍ରକାଶ ଥାଉକି ଏ ପ୍ରବଳ ବର୍ଷାରେ ବହୁ ପୁରାତନ ବିରାଟ ଆମ୍ବଗଛ ଗତକାଲି ଉପୁଡି ପଡିଥିଲା ଫଳରେ ନିକଟରେ ଥିବା କେତକ କେବିନ ଭାଙ୍ଗି ରୁଜି ଯାଇଥିବା ବେଳେ ପାଖରେ ଥିବା ଏକ ନୂଆ ନାଲି ରଙ୍ଗର ମାରୁତି କାର କ୍ଷତି ଗ୍ରସ୍ଥ ହୋଇଥିଲା।ଆଜି ସେହି ଭଙ୍ଗା ପାଚେରୀ ଦେଇ ପ୍ରବଳ ବେଗରେ ପାଣି ଆସୁଥିବାର ଦେଖିବାକୁ ମିଳିଛି।ଏହି ପାଣି ବସ୍ତି ରେ ପଶିଥିବା ଅନୁମାନ କରାଯାଉଛି।ସକାଳୁ ସକାଳୁ ୧୧ନଂ ୱାର୍ଡର କାଉନସିଲର ବସନ୍ତ ସାହାଣୀ ଓ ପୌରାଧ୍ୟକ୍ଷା ଶ୍ରୀମତୀ ସ୍ମିତା ରାଣୀ ମହାନ୍ତି, ସୁଶାନ୍ତ ମହାନ୍ତି ପ୍ରମୁଖ ୧୧ ନଂ ୱାର୍ଡରେ ପହଞ୍ଚି ଘରେ ଘରେ ପଶିଥିବା ଜଳ ମଟର ପମ୍ପ ଆଣି ନିଷ୍କାସନ ବ୍ୟବସ୍ଥା କରାଇବା ସହିତ ଯେଉଁ କେତେଜଣଙ୍କ କାନ୍ଥ ଭୁଶୁଡି ପଡ଼ିଥିଲା ସେମାନଙ୍କୁ ଜିଲ୍ଲା ସାଂସ୍କୃତିକ ଭବନ ଠାରେ ରହିବା ପାଇଁ ପରାମର୍ଶ ଦେଇଥିଲେ।ଆଜି ସକାଳୁ ୫୪ ଜଣ ଲୋକ ରହିବା ପାଇଁ ବ୍ୟବସ୍ଥା କରାଯାଇଛି।ଏବଂ ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶକ୍ରମେ ପୌର ପରିଷଦ ପକ୍ଷରୁ ରନ୍ଧାଖାଦ୍ୟ ଯୋଗାଈ ଦିଆଯାଉଛି ଯଦି ଆଜି ଆଉ ବର୍ଷା ହୁଏ ତେବେ ରହଣି ସଂଖ୍ୟା ବଢିପାରେ ବୋଲି ପୌରାଧ୍ୟକ୍ଷା ସ୍ମିତା ରାଣୀ ସୂଚନା ଦେଇଛନ୍ତି।

nis-ad
Leave A Reply

Your email address will not be published.