ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ

ବ୍ରହ୍ମପୁର : ହିଲପାଟଣା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟରେ ପୋଷାକ ବିତରଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁସ୍ମିତା ମହାପାତ୍ରଙ୍କ ପୌରୋହିତ୍ୟରେ ୨୦୨୨- ଓ ୨୩ ବର୍ଷର ପୋଷାକ ବିତରଣ ଉତ୍ସବ ଆୟୋଜିତ ହୋଇଥିଲା । ଉକ୍ତ ଉତ୍ସବରେ ସ୍ଥାନୀୟ ୱାର୍ଡ଼ ନଂ ୩୦ ର କର୍ପୋରେଟର ମମତା ପାତ୍ର , ମୋ-ସ୍କୁଲର ଅଧ୍ୟକ୍ଷ ଅଶ୍ୱିନୀ ପଟ୍ଟନାୟକ, ପୂର୍ବତନ ଅଧ୍ୟକ୍ଷ ସୁବ୍ରତ କୁମାର ସାହୁ, ସୁରତ କୁମାର ପଣ୍ଡାଙ୍କ ସମେତ ଉତ୍କଳମଣୀ କ୍ଲଷ୍ଟରର ସମସ୍ତ ପ୍ରଧାନଶିକ୍ଷୟିତ୍ରୀ ଓ ସିଆରସିସି ଇତିଶ୍ରୀ ଦାସ ଉପସ୍ଥିତ ରହି ଛାତ୍ରଛାତ୍ରୀଙ୍କୁ ପୋଷାକ ବଟଂନ କରିଥିଲେ । ବିଦ୍ୟାଳୟ କମିଟି ଅଧ୍ୟକ୍ଷ କେ. ଶଙ୍କର ରାଓ ଆଚାରୀ, ଏହି ଅବସରରେ ମଂଚାସୀନ ରହିଥିଲେ । ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା । ଶେଷରେ ବରିଷ୍ଠ ଶିକ୍ଷୟିତ୍ରୀ ଜ୍ୟୋତ୍ସ୍ନାମୟୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.