ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସହଦେବଙ୍କ ଅନ୍ତିମ ଯାତ୍ରା…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ ଜନସଙ୍ଘ ଓ ବିଜେପିର ମୂଳଦୁଆ ସ୍ଥାପନ କରିଥିବା ବରିଷ୍ଠ ନେତା ତଥା ପୂର୍ବତନ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ, ସୁନ୍ଦରଗଡ଼ ଜିଲ୍ଲାର ପୁର୍ବତନ ଜିଲ୍ଲା ସଭାପତି ସ୍ବର୍ଗତଃ ସହଦେଵ ଖାଖାଙ୍କ ପାର୍ଥିବ ଶରୀର ଆଜି ସୁନ୍ଦରଗଡ଼ ସ୍ଥିତ ପୁରୁଣା ବିଜେପି କାର୍ଯ୍ୟାଳୟ ଠାରୁ ଭୋଜପୁରସ୍ଥିତ ଜିଲ୍ଲା ବିଜେପି କାର୍ଯ୍ୟାଳୟ କୁ ଅଣାଯାଇଥିଲା । ଏହି ପରିପ୍ରେକ୍ଷୀରେ ବିଜେପି ଜିଲ୍ଲା କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ଶେଷ ଦର୍ଶନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଶେଷ ଦର୍ଶନ ସମୟରେ ସୁନ୍ଦରଗଡ଼ ସାଂସଦ ତଥା ସଂସଦୀୟ ପ୍ରତିରକ୍ଷା କମିଟିର ଅଧ୍ୟକ୍ଷ ଜୁଏଲ ଓରାମ ଜିଲ୍ଲା ସଭାପତି ତଥା ତଳସରା ବିଧାୟକ ଭବାନୀ ଶଙ୍କର ଭୋଇ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ରାଜ୍ୟ ସାଧାରଣ ସମ୍ପାଦକ ରଞ୍ଜନ ପଟେଲ,ରାଜ୍ୟ ସମ୍ପାଦିକା ସୁଶ୍ରୀ ସୁକେଶୀ ଓରାମ ,ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବଟକିଶୋର ମିଶ୍ର, ନରସିଂହ ମିଞ୍ଜ , ସୁନ୍ଦରଗଡ଼ ପୌରାଧ୍ୟକ୍ଷା ତନୟା ମିଶ୍ର , ପାନପୋଷ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ବିଜେପିର ବରିଷ୍ଠ ନେତା ଉପେନ୍ଦ୍ର ପ୍ରଧାନ , ମହେନ୍ଦ୍ର ମାଝୀ ପ୍ରେମସାଗର ଓରାମ, ରଘୁବିର ପାଣ୍ଡେ ,କୂଳଦୀପ ସିଂହ, ବିକାଶ ନାଏକ, ଜିଲ୍ଲା ସାଧାରଣ ସମ୍ପାଦକ ସୁଖଲାଲ ମୁଣ୍ଡା, ଯଶବନ୍ତ ନାଏକ ,ସୁରେନ୍ଦ୍ର ସ୍ୱର୍ଣ୍ଣକାର,

କଳାକୃଷ୍ଣ ଓରାମ, ଜଗବନ୍ଧୁ ଭୋଇ, ସତ୍ୟବାନ ବିଶି, ଆଶିଷ ପଟେଲ, ରାଜନ ସୋନି ,ରୂପେଶ ପଟେଲ, ବିରବର ସାହୁ ,ଭୋଳାନାଥ ପଟେଲ, ନୀଳକଣ୍ଠ ସା ,ସୁନିଲ ଅଗ୍ରୱାଲ , ମହିଳା ନେତ୍ରୀ ଆରତୀ ପଟେଲ, ସଂଯୁକ୍ତା ନାଏକ, ମିନା ନାଏକ, ଶାନ୍ତି ସରାଫ, ଅଞ୍ଜନା ପଟେଲ, କାନନ ଵାଲା ବେହେରା, ମଧୁସ୍ମିତା ରାଉତ, ଅନୁପମା ଟପ୍ପୋ ,ଲତିକା ପଟ୍ଟନାୟକ, ରଞ୍ଜିତା ଏକ୍କାଙ୍କ ସମେତ ବିଜେପି ର ଶତାଧିକ ବରିଷ୍ଠ ନେତୃମଣ୍ଡଳୀ କାର୍ଯ୍ୟକର୍ତା ଓ ତାଙ୍କ ଶୁଭେଚ୍ଛୁ ପ୍ରମୂଖ ଯୋଗଦେଇ ତାଙ୍କ ପାର୍ଥିବ ଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରି ଭକ୍ତିପୁତ ଶ୍ରଦ୍ଧାଞ୍ଜଳି ଜଣେଇବା ସହିତ ସ୍ବର୍ଗତଃ ଅମର ଆତ୍ମା ର ସଦଗତି କାମନା ପୂର୍ବକ ଶୋକ ସନ୍ତପ ପରିବାର ବର୍ଗ ଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ । ଏହାପରେ ସ୍ବର୍ଗତଃ ଖାଖା ଙ୍କ ର ପାର୍ଥିବ ଶରୀର ଏକ ଶୋଭାଯାତ୍ରା ମାଧ୍ୟମରେ ତାଙ୍କ ପୈତୃକ ଗ୍ରାମ ତଳସରା ନିର୍ବାଚନ ମଣ୍ଡଳୀ ବାଲିଶଙ୍କରା ବ୍ଲକ କୁସୁମମରା ପଂଚାୟତ ଅନ୍ତର୍ଗତ ମହୁଲମାଲ ଗ୍ରାମ ଠାରେ ଅନ୍ତିମ ସଂସ୍କାର ସମ୍ପନ୍ନ ହୋଇଥିଲା । ଏହି ଶୋଭାଯାତ୍ରା ସମୟରେ କରମଡ଼ିହି, ସବଡେଗା,ବାଲିଶଙ୍କରା ଓ ଘୋଘର ଛକ ଠାରେ ଶତାଧିକ ବିଜେପି ର ବରିଷ୍ଠ ନେତା ଓ କାର୍ଯ୍ୟକର୍ତା ପ୍ରମୂଖ ପୁଷମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

ବିଶ୍ୱରଂଜନ ହୋତା
ସୁନ୍ଦରଗଡ଼

nis-ad
Leave A Reply

Your email address will not be published.